ମୋହନାରେ ଚୋରା ଦେଶୀମଦ କାରବାରରେ ୩ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲା ମୋହନା ବ୍ଲକରେ ସ୍ଥାନୀୟ ଅବକାରୀ ବିଭାଗ କର୍ମଚାରୀ ପହରା ଦେବା ସମୟରେ ଚୋରା ଚାଲାଣ ହେଉଥିବା ଦେଶୀ ମଦ ଜବତ କରି ତିନି ଆସାମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ତିନି ଆସାମୀ ହେଲେ ଚାନ୍ଦିପୁଟ ଗ୍ରାମର ଜୋସେଫ ନାୟକ, କଟାମା ଗ୍ରାମର ଅମିର ନାୟକଙ୍କ ସମେତ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଆରାଞ୍ଝୁରି ଗ୍ରାମର ସୁମନ୍ତ ସିଂ ବୋଲି ବିଭାଗ ଅଧିକାରୀଙ୍କ ଠାରୁ ପ୍ରକାଶ। ଏହି ତିନି ଆସାମୀ ଙ୍କ ଠାରୁ ଏକ ଅଟୋ ସହ ୩୮୦ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ଆସାମୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଗଜପତି ଜିଲ୍ଲା ଏକ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅନେକ ସମୟରେ ଚୋରା ଗଞ୍ଜେଇ ସହ ଚୋରା ମଦ ବ୍ୟବସାୟର ପେଣ୍ଠ ସ୍ଥଳ ହୋଇଥିବା ପ୍ରକାଶ। ଜିଲ୍ଲା ଅବକାରୀ ଏବଂ ସ୍ଥାନୀୟ ପୋଲିସ ଅଧିକାରୀ ଅନେକ ସମୟରେ ଲକ୍ଷ ଲକ୍ଷ ଟଙ୍କାର ମଦ ସହ ଗଞ୍ଜେଇ ଜବତ କରି ଆସାମୀ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କଲେ ମଧ୍ୟ ଚୋରା ମଦ ଏବଂ ଗଞ୍ଜେଇ ବ୍ୟବସାୟ ଦିନ କୁ ଦିନ ଅଧିକା ହେଉଥିବା ଦେଖିବାକୁ ମିଳିଛି। ବିଭାଗ ସ୍ବତନ୍ତ୍ର ଦୃଷ୍ଟି ଦେଇ ଚୋରା ମଦ ଏବଂ ଗଞ୍ଜେଇ କାରବାର ବନ୍ଦ କରିବା ପାଇଁ ସାଧାରଣରେ ଦାବୀ ହେବା ସହ ନିରୀହ ଜୀବନ ରକ୍ଷା ପ୍ରତି ଗୁରୁତ୍ଵ ଦେବାକୁ ଅଞ୍ଚଳ ବାସି ଅଧିକାରୀଙ୍କୁ ଅନୁରୋଧ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ