କେନ୍ଦ୍ରାପଡା ସହର କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ସାଂଗଠନିକ ବୈଠକ

କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ପୈାରାଞ୍ଚଳ ଅନ୍ତର୍ଗତ ଇଛାପୁରସ୍ଥିତ ମା’ ବାରଙ୍ଗେଇଙ୍କ ମନ୍ଦିର ପରିସରରେ କ୍ଷତ୍ରୀୟ ଖଣ୍ଡାୟତ ମହାସଙ୍ଘର ଏକ ସାଂଗଠନିକ ବୈଠକ ଜିଲ୍ଲା ସଭାପତି ଶରତ କୁମାର ବେହୁରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୈାରାଞ୍ଚଳରୁ ଜିଲ୍ଲା, ବ୍ଲକ ଓ ପୈାରାଞ୍ଚଳ ସ୍ତରୀୟ କର୍ମକର୍ତ୍ତା ଓ ଉପଦେଷ୍ଟାମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ଶ୍ରୀବଳଦେବଜୀଉଙ୍କ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇ ସଭା ଆରମ୍ଭ କରାଯାଇଥିଲା । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଗୋଲକ ଚନ୍ଦ୍ର ପଢିଆରୀ ସଭାକୁ ସଂଚାଳନ କରିଥିବା ବେଳେ ଜିଲ୍ଲା ଉପସଭାପତି ଭାଗୀରଥି ଜେନା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ମୁଖ୍ୟ ସଂଯୋଜକ ଚନ୍ଦନ ପରିଡା ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ପୂର୍ବତନ ପ୍ରତିଷ୍ଠାତା ସଭାପତି ସ୍ୱର୍ଗତ ସଞ୍ଜୀବ ଚୈାଧୁରୀଙ୍କ ଧର୍ମପତ୍ନୀ ବନ୍ଦନା ଚୈାଧୁରୀ ଯୋଗଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଙ୍ଘର ଉପଦେଷ୍ଟା ଧନେଶ୍ୱର ରାଉତ, ବର୍ଷିୟାନ ସମାଜସେବୀ ଗୋପାଳ ମାହାଳିକ, ମନ୍ମଥ ରାୟ, ପ୍ରକାଶ ସ୍ୱାଇଁ, ଡଃ. ଚୈତନ୍ୟ ଚରଣ ପରିଡା, ମଧୁସୂଦନ ରାଉତ, ପ୍ରହଲ୍ଲାଦ ଲେଙ୍କା, ରମାନାଥ ରାଉତ, ସାଧାରଣ ସମ୍ପାଦକ ସୁମନ୍ତ ରାଉତ, ସମ୍ପାଦକ ଦିଲ୍ଲିପ କୁମାର ରାଉତ, ଉପସଭାପତି ନରୋତ୍ତମ ପରିଡା, ସାଂଗଠନିକ ସମ୍ପାଦକ ଅଟଳବିହାରୀ ଜେନା, ଶାନ୍ତିସ୍ୱରୂପ ଭୂୟାଁ, ବନ୍ଦନା ଚୈାଧୁରୀ, ରାଜନଗର ବ୍ଲକ ସଭାପତି ସହଦେବ ପଢିଆରୀ, କେନ୍ଦ୍ରାପଡା ବ୍ଲକ ସଭାପତି ପୀତବାସ ବେହେରା, ପଟ୍ଟାମୁଣ୍ଡାଇ ବ୍ଲକ ସଭାପତି ଅଭୟ ସ୍ୱାଇଁ, ଡେରାବିଶ ବ୍ଲକ ସଭାପତି ତ୍ରିଲୋଚନ ରାଉତ, ପଟ୍ଟାମୁଣ୍ଡାଇ ନଗର ସଭାପତି ସୁମନ୍ତ ପାତ୍ର, ରାଜକନିକା ବ୍ଲକ ସଭାପତି ହରିଶ୍ଚନ୍ଦ୍ର ମହାପାତ୍ର, ଗରଦପୁର ବ୍ଲକ ସଭାପତି ଅଶୋକ କୁମାର ଜେନା, ମାର୍ଶାଘାଇ ବ୍ଲକ ସଭାପତି ରଞ୍ଜନ କୁମାର ନାୟକ, ମହାକାଳପଡା ବ୍ଲକ ସଭାପତି ବିଶ୍ୱଜୀତ ରାୟ, ଆଳି ବ୍ଲକ ସଭାପତି ସୁକାନ୍ତ ରାଉତ ପ୍ରମୁଖ ଖଣ୍ଡାୟତ କ୍ଷତ୍ରୀୟ ଜାତିର ଇତିହାସ ଓ ଭବିଷ୍ୟତ ସମ୍ପର୍କରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ । ଆଗାମୀ ଦିନରେ କେନ୍ଦ୍ରାପଡାର ଇଛାପୁର ରଥଦାଣ୍ଡରେ ମହାସମାବେଶକୁ କିପରି ସଫଳ କରାଯିବ ସେଥିଲାଗି ସମସ୍ତ ପ୍ରସ୍ତୁତି ସମ୍ପର୍କରେ ଆଲୋକପାତ କରିଥିଲେ । ଏହା ପୂର୍ବରୁ ସମାବେଶ କିପରି ପ୍ରତ୍ୟେକ ଗ୍ରାମରେ ଜନସାଧାରଣଙ୍କ ପାଖରେ ପହଞ୍ଚିବ ସେଥିଲାଗି ଏକ ସଚେତନତା ରଥ ପରିକ୍ରମା କରାଯିବ ବୋଲି ମତପ୍ରକାଶ କରାଯାଇଥିଲା । ପରିଶେଷରେ ଜାତି ପ୍ରତି ଉତ୍ସର୍ଗୀକୃତ ବ୍ୟକ୍ତିମାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ ପୂର୍ବକ ଲକ୍ଷ୍ମୀପ୍ରିୟା ଦାସ, ସୁଲୋଚନା ବିଶ୍ୱାଳ, ରାଜକିଶୋର ମହାନ୍ତି, ଡକ୍ଟର ଚୈତନ୍ୟ ଚରଣ ପରିଡା, ରାମଚନ୍ଦ୍ର ରାଉତ, ମଧୁସୂଦନ ରାଉତ, ବନ୍ଦନା ଚୈାଧୁରୀ, ପଦ୍ମଚରଣ ସ୍ୱାଇଁ, ନିତ୍ୟାନନ୍ଦ ମହାନ୍ତି, ଗୋପାଳ ମହାଳିକ, ମନ୍ମଥ କୁମାର ରାୟ, ପ୍ରକାଶ ଚନ୍ଦ୍ର ସ୍ୱାଇଁ, ରୁଧିର କୁମାର ବଳ, ବ୍ରଜକିଶୋର ଜେନା, ପ୍ରହଲ୍ଲାଦ ଲେଙ୍କା, ରାମଚନ୍ଦ୍ର ରାଉତରାୟ, ପ୍ରେମାନନ୍ଦ ଲେଙ୍କା, ପଦ୍ମ ଚରଣ ମହାନ୍ତି ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ ସମାବେଶରେ କେନ୍ଦ୍ରାପଡା ସହରର ବିଭିନ୍ନ ୱାର୍ଡରୁ ୩ଶହରୁ ଉର୍ଦ୍ଧ୍ୱ ଖଣ୍ଡାୟତ ଜାତିର ପୁରୁଷ ଏବଂ ମହିଳା ଯୋଗଦେଇଥିଲେ । ପରିଶେଷରେ କେନ୍ଦ୍ରାପଡା ନଗର ସଭାପତି ସଂଗ୍ରାମକେଶରୀ ଜେନା ଧନ୍ୟବାଦ ଅର୍ପଣ କରିଥିଲେ । ସୁଶିଲ କୁମାର ସାମଲ, ସରୋଜ ପରିଡା, ଦିଲ୍ଲିପ ଜେନା, ଅକ୍ଷୟ ମେକାପ, ଚନ୍ଦ୍ର ଶେଖର ଜେନା ପ୍ରମୁଖ ସଭାକାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ