ଲଭ ସେକ୍ସ ଧୋକା,ପ୍ରେମିକ ଗଲେ ଜେଲ
ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ବାଲିଗୁଡା ସହରରେ ଜଣେ ଶିକ୍ଷୟତ୍ରୀ ପ୍ରେମ ନିବେଦନ କରି ବିବାହର ପ୍ରଲୋଭନ ଦେଇ ସର୍ମ୍ପକ ରଖିଆସୁଥିଲେ କିନ୍ତୁ ବାହାଘର ପାଇଁ କହିବାରୁ ମନାକରିଥିଲେ । ଏହାପରେ ଶିକ୍ଷୟତ୍ରୀ ଜଣଙ୍କ ବାଲିଗୁଡା ଥାନାର ଦ୍ୱାରସ୍ଥ ହୋଇଥିଲେ,ଥାନାରେ ଲିଖିତ ଅଭିଯୋଗ ଦେବାପରେ ପୋଲିସ ଏହାକୁ ନେଇ କେଶ ନମ୍ବର ୩୦୩ରେ ମାଲାରୁଜୁ କରି ଅଭିଯୁକ୍ତପ୍ରେମିକ ଆଶିଶ ମହାପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ବୋଲି ଥାନା ଅଧିକାରୀ ଶୁଶାନ୍ତ ସାହୁ କହିଛନ୍ତି । ସୁଚନାରୁ ପ୍ରକାଶ ଯେ ଶିକ୍ଷୟତ୍ରୀ ଓ ଅଭିଯୁକ୍ତ ଆଶିଶଙ୍କ ମଧ୍ୟରେ ଏକ ବର୍ଷ ଧରି ପ୍ରେମ ସର୍ମ୍ପକ ରହିଆସିଥିଲା ଓ ଅଭିଯୁକ୍ତ ତାଙ୍କୁ ବାହାଘର ପ୍ରଲୋଭନ ଦେଖାଇ ସର୍ମ୍ପକ ରଖିଥିଲେ । କିଛି ଦିନତଳେ ଶିକ୍ଷୟତ୍ରୀ ତାଙ୍କୁ ବାହା ହେବାକୁ କହିବାରୁ ସେ ମନା କରିଥିଲେ ଓ ତାଙ୍କୁ ଜାତିଆଣ ନେଇ ଗାଳିଗୁଲଜ କରିଥିଲେ ଏହାପରେ ବି ଶିକ୍ଷୟତ୍ରୀ ତାଙଯକୁ ବୁଝାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ ବୁଝିନଥିଲେ ଓଲଟି ଧମକଚମକ ଦେବା ସହ ଗାଳି କରିଥିଲେ ଯାହାଫଳରେ ଶିକ୍ଷୟତ୍ରୀ ଆଉ ଅନ୍ୟ କିଛି ଉପାୟ ନପାଇ ବାଧ୍ୟ ହୋଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଲିଖିତ ଭାବରେ ଅଭିଏଯୋଗ କରିଥିଲେ ।