ବିଜେପି ପୋଡ଼ାମାରି ମଣ୍ଡଳ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଭାରତୀୟ ଜନତା ପାର୍ଟି ସାନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ପକ୍ଷରୁ ପୋଡ଼ାମାରି ମଣ୍ଡଳସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ସାନଖେମୁଣ୍ଡି ବ୍ଲକ ଟି ଗୋବିନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ମା ବେହେରାପାତ୍ର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ବିଜେପି ନେତା ତଥା ବିଧାୟକ ପ୍ରାର୍ଥୀ ବିଜୟ କୁମାର ସ୍ବାଇଁଙ୍କ ନେତୃତ୍ବରେ ଅନୁଷ୍ଠିତ ଦଳୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ପ୍ରତ୍ୟେକ ପଞ୍ଚାୟତର ସମସ୍ତ ବୁଥରେ ଦଳୀୟ ସଙ୍ଗଠନ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସରକାରଙ୍କ ସମସ୍ତ ଯୋଜନା ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରାଇବା ଓ ୫୯ ନଂ ଜୋନର ସମସ୍ତ ବୁଥ କୁ ମୋ ବୁଥ ମଜବୁତ୍ କରିବା ପାଇଁ ଗୁରୁତ୍ବ ଦିଆଯାଇଥିଲା। ପ୍ରଭାରୀ ଦୁର୍ଗାଚରଣ ପଟ୍ଟନାୟକ ଯୋଗ ଦେଇ ନିର୍ବାଚନ ପୂର୍ବରୁ ସମସ୍ତ ବୁଥ କୁ ଶକ୍ତିଶାଳୀ କରିବା ପାଇଁ ଆଲୋକପାତ କରିଥିଲେ।ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗଦାଧର ସ୍ୱାଇଁ ବରିଷ୍ଠ ନେତା ଇ ପ୍ରଦୀପ କୁମାର ପତ୍ରୀ ପୂର୍ବତନ ସରପଂଚ ମଙ୍ଗଳା ଗମାଙ୍ଗ ମଣ୍ଡଳ ସଭାପତି ଲିଟୁ ପ୍ରଧାନ ସନ୍ତୋଷ ଦଳେଇ ଯୁବମୋର୍ଚ୍ଚା ନେତା ଏମ୍ ଚିନ୍ମୟ ରେଡ଼ି ସୁନିଲ ପ୍ରଧାନ ଦଣ୍ଡପାଣି ଦୋରା ରେଡ଼ିକା ଜାନି ପବିତ୍ର କୁମାର ତ୍ରିପାଠୀ ଯମୁନା ନାୟକ କୃଷ୍ଣଚନ୍ଦ୍ର ପଣ୍ଡା ହରିକୃଷ୍ଣ ପଣ୍ଡା ପୂର୍ବତନ ତହସିଲଦାର ଚନ୍ଦ୍ରଶେଖର ମହାପାତ୍ର ଏସ ଭଗବାନ ଦୋରା ବିଜୟ ରାଉଳ ହାରିକୃଷ୍ଣ ଦୋରାଙ୍କ ସମେତ ୭ ଟି ପଞ୍ଚାୟତର ୬୦୦ ରୁ ଉର୍ଦ୍ଧ୍ବ ମଣ୍ଡଳ ଓ ବୁଥ ସ୍ତରୀୟ କାର୍ଯ୍ୟକର୍ତ୍ତା ଆଲୋଚନା କରିଥିଲେ।


