ଗଞ୍ଜାମ ବ୍ଳକ ସ୍ତରୀୟ ନୂଆ-ଓ-କ୍ରୀଡା ଉତ୍ସଵ ଉଦଘାଟିତ

ଗଞ୍ଜାମ, (ବିନୋଦ ପଲାଇ):ଗଞ୍ଜାମ ବ୍ଳକ ସ୍ତରୀୟ ନୂଆ-ଓ-କ୍ରୀଡା ଉତ୍ସଵ ଉଦଘାଟିତ ହୋଇଯାଇଛି। ଗଞ୍ଜାମ ସହର ସ୍ଥିତ ଭାରତୀ ବିଦ୍ୟା ପୀଠ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ଏହି କ୍ରୀଡ଼ ଉତ୍ସବକୁ ସ୍ଥାନୀୟ ବିଧାୟକ ସୁବାଷ ଚନ୍ଦ୍ର ବେହେରା ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ଳକ ଅଧ୍ୟକ୍ଷ ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଏନଏସି ଅଧ୍ୟକ୍ଷ ପ୍ରତିଭା ପାଢ଼ୀ, ଉପାଧ୍ୟକ୍ଷ ଅନ୍ତର୍ଯ୍ୟାମୀ ବେହେରା, ଜିଲ୍ଲାପରିଷଦ ସଭ୍ୟ ସନାତନ ବେହେରା , ଗଞ୍ଜାମ ବ୍ଳକର ପୁର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ,ଗଞ୍ଜାମ ବିଡ଼ିଓ ବସନ୍ତ ମଲ୍ଲିକ,ସମିତି ଗୀତାଞ୍ଜଳି ବେହେରା,ଗଞ୍ଜାମ ବିଡ଼ିଓ ବସନ୍ତ ମଲ୍ଲିକ,ଗଞ୍ଜାମ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅପର୍ଣ୍ଣା ଡାଙ୍ଗୁଆ, ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର ବାରିକ, ଯୋଗଦେଇଥିଲେ। ଜିପିଓ ଶ୍ରୀକାନ୍ତ ଗୌଡ଼,ଓଏଲଏମ -ବିପିଏମ- ଜଳନ୍ଧର ମହାରଣା ତତ୍ତ୍ୱାବଧାନରେ କ୍ରୀଡ଼ାଉତ୍ସଵ ଅନୁଷ୍ଠିତ ହୋଇଥିଲା। ଏହାକୁ ଶିକ୍ଷକ ନିରଞ୍ଜନ ମହାପାତ୍ର ସଂଯୋଜନା କରିଥିବା ବେଳେ କ୍ରୀଡା ଶିକ୍ଷକ ପ୍ରୀତିରଞ୍ଜନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।ମାନ୍ୟବର ମୁଖ୍ୟମନ୍ତ୍ରୀ କ୍ରୀଡ଼ାପ୍ରତିଭା ମାନଙ୍କୁ ସୁଯୋଗ ଦେବା ପାଇଁ ୧୩ ବର୍ଷରୁ ୩୫ ବର୍ଷ ମଧ୍ୟରେ ଯୁବକ , ଯୁବତୀଙ୍କ ମଧ୍ୟରେ ଫୁଟବଲ, କ୍ରିକେଟ, ଖୋକ୍, କବାଡି, ଭଳିବଲ, ମ୍ୟାଚ ଅନୁଷ୍ଠିତ ହେଉଛି। ତିନିଦିନ ଧରି ଏକା ସମୟରେ ଏହି କ୍ରୀଡ଼ ଉତ୍ସଵ ଗଞ୍ଜାମ ବ୍ଳକର ଗଞ୍ଜାମ ,ରମ୍ଭା , ସୁବଳୟା, ଖଣ୍ଡିଦେଉଳି ଠାରେ ଅନୁଷ୍ଠିତ ହେଉଛି।ଏଥିରେ ୧୧୫ଟି ଟିମରେ ୧୮୦୦ ଜଣ ଖେଳାଳି ଭାଗ ନେଉଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ