ବିଭିନ୍ନ ମହାବିଦ୍ୟାଳୟରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):କ୍ଷତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂଆ-ଓ ଦ୍ୱାରା ଆୟୋଜିତ କ୍ରୀଡା ଉତ୍ସବ ଉଦ୍ ଯାପିତ ହୋଇଯାଇଛି। ଦୁଇ ଦିନ ବ୍ୟାପି କାର୍ଯ୍ୟକ୍ରମର ପ୍ରଥମ ଦିନ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ଯ କରିଥିଲେ। ମୁଖ୍ୟ ଅତିଥି ଭାବେ ଘୁମୁସର ଦକ୍ଷିଣ ବନ ଖଣ୍ଡ ଅଧିକାରୀ ବିନୋଦ କୁମାର ଆଚାର୍ଯ୍ୟ, ସମ୍ମାନିତ ଅତିଥି ଭାବେ ଖଇରପୁଟି ପାଞ୍ଚୟତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଗାୟତ୍ରୀ ମିଶ୍ର ମିଳିତ ଭାବେ କ୍ରୀଡା ଉତ୍ସବ ଶୁଭାରମ୍ଭ କରିଥିଲେ । ଅତିଥିମାନଙ୍କୁ ଅଙ୍ଗ ବସ୍ତ୍ର ଓ ପୁଷ୍ପଗୁଚ୍ଛ ଦେଇ ସମ୍ମାନିତ କରାଯାଇଥିଲା। ନୋଡାଲ ଅଧିକାରୀ ଦେବେଶ ଚନ୍ଦ୍ର ମହପାତ୍ର, ସାମାଜିକ କାର୍ଯ୍ୟ ସଂଯୋଜକ କୁମୁଦ ଚନ୍ଦ୍ର ମହପାତ୍ର, କ୍ରୀଡା ସଂଯୋଜକ ସୁଶାନ୍ତ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିଲେ। ଉଦ୍ ଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ସୋରଡ଼ା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ୱାଇଁ, ସମ୍ମ୍ନାନିତ ଅତିଥି ଭାବେ ପ୍ରାକ୍ତନ ଅଧ୍ୟକ୍ଷ ବି ଗୋବିନ୍ଦ ରାଓ, କ୍ଷତ୍ରିୟବରପୁର ଗ୍ରାମ ପାଞ୍ଚୟତ ସମିତି ସଭ୍ୟ କୁଞ୍ଜ ବିହାରୀ ନାୟକ, ଗୋବରା ଗ୍ରାମ ପଂଚାୟତ ସମିତି ସଭ୍ୟ ବିଭୁପାଦ ଜେନା, ଏବଂ ବିଶିଷ୍ଟ ଅତିଥି ଭାବେ କ୍ଷତ୍ରିୟବରପୁର ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖା ପରିଚାଳକ ପବିତ୍ର କୁମାର ସାହୁ ଉପସ୍ଥିତ ରହି କୃତି ଖେଳାଳି ମାନଂକୁ ପ୍ରଶଂସା ପତ୍ର ଓ ପୁରସ୍କାର ପ୍ରଦାନ କରିବା ସହ କ୍ରୀଡା ଉତ୍ସବର୍ ଉଦ୍ ଯାପନ ଘୋଷଣା କରିଥିଲେ । ଖେଳ ଶିକ୍ଷକ ସୁରେନ୍ଦ୍ର ବିଶ୍ୱାଳ, ଦୁର୍ଗା ପ୍ରସାଦ ଶତପଥୀ ଓ କାଁହୁ ଚରଣ ବିଶୋଇ ପ୍ରମୁଖ ସମସ୍ତ ଖେଳ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପିକା ରୁନିବଳା ତ୍ରିପାଠୀ, ପିଙ୍କି କୁମାରୀ ପୋଲ୍ଲେଇ, ସ୍ନିଗ୍ଧା ରାଣି ଗୌଡ଼, ସନ୍ତୋଷୀ ପରିଡା, ପି ଦୀପକ ରାଓ, ଦୀପୁ ଭୁୟାଁ, ମହେଶ୍ଵର ରାଉତ, ସଞ୍ଜୟ ସାହୁ, ରୁପାଲୀ ବିଷୋୟୀ, ଭାରତୀ ବିଶ୍ୱାଳ, ସ୍ୱରୂପା ରାଣି ବିଶ୍ୱାଳ, ଗଙ୍ଗାଧର ରଣା, ପଦ୍ମ ଚରଣ ନାୟକ, ମହେଶ୍ଵର ଗୌଡ଼, ବୁଦ୍ଧି ରାମ ବିଶ୍ୱାଳ , ରମେଶ ଚନ୍ଦ୍ର ବିଶୋଇ, ସନ୍ତୋଷ ବିଶ୍ୱାଳ, ବଳରାମ ଗୌଡ଼, ନାରାୟଣ ନାୟକ, ସନ୍ତୋଷ ବିଷୋୟୀ, ସୀମାଞ୍ଚଳ ବିଶ୍ୱାଳ, ବାସନ୍ତୀ ମହାପାତ୍ର, ପ୍ରତିମା ନାଇକ, ମହେଶ୍ଵର ନାଇକ ପ୍ରମୁଖ ଉପସ୍ଥିତ ରହି କ୍ରୀଡା ପରିଚାଳନରେ ସହଯୋଗ କରିଥିଲେ । ଏହା ସହିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟରେ ନୂଆ-ଓ କାର୍ଯ୍ୟକ୍ରମ ଅଧୀନରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି I ମହାବିଦ୍ୟାଳୟ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଯୋଗଦେଇଥିବା ବେଳେ ସମ୍ମାନୀତ ଅତିଥି ରୂପେ ଗୋବରା ସମିତିସଭ୍ୟ ବିଭୂପାଦ ଜେନା,କ୍ଷତ୍ରିୟବରପୁର ସମିତିସଭ୍ୟ କୁଞ୍ଜବିହାରୀ ନାୟକ,ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ ସଭାପତି ଗୋପାଳ ଚନ୍ଦ୍ର ଲେଙ୍କା, ତିନି ନୋଡାଲ୍ ଅଧିକାରୀ ରଞ୍ଜତ୍ କୁମାର ଦାଶ , ସୀମାଞ୍ଚଳ ମହାନ୍ତି, ବିଦ୍ୟାଧର ସ୍ଵାଇଁ ପ୍ରମୁଖ ଉପସ୍ଥିତ କାର୍ଯ୍ୟକ୍ରମର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ରଖିବା ସହିତ ଯୁବ ଶକ୍ତିର ବିକାଶ ହିଁ ଦେଶର ପ୍ରକୃତ ବିକାଶ ବୋଲି ପ୍ରକାଶ କରିଥିଲେ I ଇଁରାଜୀ ବିଭାଗୀୟ ଅଧ୍ୟାପକ ରାମଚନ୍ଦ୍ର ମହାନ୍ତି ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଅଧ୍ୟାପକ ସଂଜୀବ କୁମାର ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ I ଏହି ଅବସରରେ ବିଧାୟକ ଶ୍ରୀ ସ୍ୱାଇଁ ମହାବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଦଶ ଲକ୍ଷ ଟଙ୍କାର ଅନୁଦାନ ଘୋଷଣା କରିଥିଲେ Iସେହିପରି ଗୋବରା ପ୍ରଫୁଲ୍ଲ କୁମାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟକ୍ଷା ମାମା ପରିଡ଼ାଙ୍କ ଅଧ୍ୟକ୍ଷତାରେ ନୂଆଁ ଓଡ଼ିଶା ଯୁବ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ