ଏଡ୍‍ସ ସଚେତନତା କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍) : ବିଶ୍ୱର ସବୁଠାରୁ ଭୟାବହ ରୋଗ ଏଡସ୍‌ର କାରଣ ସଂପର୍କରେ ସଚେତନତା ସୃଷ୍ଟି କରିବା ଲାଗି ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ପକ୍ଷରୁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟର ଯୁବ ରେଡ୍‌କ୍ରସ୍ ଓ ରେଡ୍‍ରିବନ୍‍ କ୍ଳବର ମିଳିତ ସହଯୋଗରେ ଏହି ଏଡ୍‍ସ ସଚେତନତା କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟର ଯୁବ ରେଡ୍‌କ୍ରସ୍‌ର ସଂଯୋଜିକା ତଥା ରେଡ୍‍ରିବନ୍‍ କ୍ଳବର କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ଡଃ ଲୀନା ଲିଲିୟାନ୍‍ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଡଃ ସରୋଜ କୁମାର ଜେନା, ବରିଷ୍ଠ ଅଧ୍ୟାପକ କେ.ଓମ୍‍ ନାରାୟଣ ରାଓ, ଆସିକା ଉପଖଣ୍ଡ ଚିକିତ୍ସାଳୟର ସମନ୍ୱିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର (ଆଇସିଟିସି)ର ପରାମର୍ଶଦାତା ଦୀପକ କୁମାର ରାଉତ ପ୍ରମୁଖ ଯୋଗଦେଇ ବର୍ତ୍ତମାନ ମନୁଷ୍ୟ ଜୀବନର ସ୍ୱାସ୍ଥ୍ୟ କ୍ଷେତ୍ରରେ ଦେଖା ଦେଉଥିବା ବିଭିନ୍ନ ରୋଗ ମଧ୍ୟରେ ଏଡସ୍ ରୋଗ ହେଉଛି ସବୁଠାରୁ ଭୟଙ୍କର । ଏହି ଭୟଙ୍କର ରୋଗର ନିୟନ୍ତ୍ରଣ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ପର୍ଯ୍ୟାପ୍ତ ଅର୍ଥ ବ୍ୟୟବରାଦ କରାଯାଇ ସଚେତନତା କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି । ଏଡସ୍ ଏକ ଭୟାନକ ଘାତକ ରୋଗ ହୋଇଥିବାରୁ ଏହି ରୋଗର ନିରାକରଣ ପାଇଁ ଔଷଧର ଯେତିକି ଆବଶ୍ୟକତା ରହିଛି ତାହା ଠାରୁ ଅଧିକ ଆବଶ୍ୟକତା ରହିଛି ଏହି ରୋଗର ଭୟାବହତା ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା । ତେଣୁ ଏଡସ୍ ରୋଗର ନିରାକରଣ ପାଇଁ ସମସ୍ତେ ସଚେତନତା ସୃଷ୍ଟି କରିବାକୁ ପରାମର୍ଶ ଦେଇ ଅସଂଯତ ଜୀବନଶୈଳୀ ଓ ଅପ୍ରାକୃତ ଯୌନ ସଂପର୍କରୁ ଦୂରରେ ରହି ଏକ ଶୃଙ୍ଖଳିତ ଜୀବନଯାପନ କରିବାକୁ ଆହ୍ୱାନ କରିଥିଲେ । ବିଶ୍ୱ ଏଡସ୍‍ ଦିବସ ପାଳନ ଅବସରରେ ଆସିକା ସରକାରୀ ନିରଞ୍ଜନ ମହିଳା ମହାବିଦ୍ୟାଳୟ ପକ୍ଷରୁ ପୂର୍ବରୁ ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ବିଦ୍ୟାର୍ଥୀମାନଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିବା ଜଣାପଡିଛି । ଆସିକା ସରକାରୀ ନିରଂଜନ ମହିଳା ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏଡ୍‍ସ ସଚେତନତା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାନୁଷ୍ଠାନର ଅଧ୍ୟାପିକା ଡଃ ସୁପ୍ରିୟା ଦାଶ, ଡଃ ଉର୍ମିିଳା ମୁଦୁଲି, ଡଃ ଯଶଶ୍ରୀ ମଲିକ, ମୋନାଲିସା ସାହୁ, ଡଃ ଲୋପାମୁଦ୍ରା ମହାପାତ୍ର, ସାହିନ୍‍ ନଜର୍‍, ଗିରିଜା ଆପଟ, ରଶ୍ମିରଂଜିତା ଲେଙ୍କା, ଅଧ୍ୟାପକ ଡଃ ଏସ୍‍ଟି ରେହେମାନ୍‍, ଗୋପୀନାଥ କର, ପବିତ୍ର ନାରାୟଣ ବେହେରା, ପିଙ୍କୁ ସାହୁ, ସନାତନ ପ୍ରଧାନ, ବି.ପାଣ୍ଡବ ରେଡି, ବସନ୍ତ ମାଝୀ ପ୍ରମୁଖ ଯୋଗଦେଇ ଏଡସ୍ ରୋଗର ଭୟାବହତା ଓ ଏହାର ନିରାକରଣ ଉପରେ ବହୁ ଉପାଦେୟ ତଥା ଶିକ୍ଷଣୀୟ ପରାମର୍ଶ ପ୍ରଦାନ କରି ଏଡସ୍ ରୋଗର ଭୟାବହତା ସଂକ୍ରାନ୍ତରେ ଜନସଚେତନତା ସୃଷ୍ଟି କରିବାକୁ ଆହ୍ୱାନ କରିଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ସରକାରୀ ନିରଂଜନ ମହିଳା ମହାବିଦ୍ୟାଳୟ ପକ୍ଷରୁ ଅନୁଷ୍ଠିତ ହୋଇଥିବା ଏଡ୍‍ସ ସଚେତନତା ପାଳନ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ଛାତ୍ରୀମାନେ ଯୋଗଦେଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ