ଖଣ୍ଡୁରୁ ଗ୍ରାମରେ ଏନଏସଏସ ଶୀତ କାଳୀନ ଶିବିରର ଉଦଯାପିତ

ପୋଲସରା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା (ପୁରୁଷ ) ୟୁନିଟ ର ପ୍ରୋଗ୍ରାମ ଅଫିସର ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ଙ୍କ ତତ୍ତ୍ୱାବଧାନରେ ଡିସେମ୍ବର ୨୪ ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଶୀତ କାଳୀନ ଶିବିର ଡିସେମ୍ବର ୩୦ ତାରିଖ ଦିନ ଉଦଯାପିତ ହୋଇଯାଇଛି। ପ୍ରୋଗ୍ରାମ ଅଫିସର ଶ୍ରୀ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ ଉଦଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ପୋଲସରା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟାପକ ରୁଦ୍ର ପ୍ରସାଦ ଗୌଡ଼ ଓ ଶ୍ରୀକାନ୍ତ ପ୍ରଧାନ ଯୋଗ ଦେଇ ସ୍ୱେଚ୍ଛାସେବୀ ବୃନ୍ଦଙ୍କୁ ବହୁ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ପ୍ରଦାନ କରିଥିଲେ। ଏହିସହ ସ୍ୱେଚ୍ଛାସେବୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ