କଙ୍କୋରଡା କଲେଜରେ ସମ୍ୱନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ନୂଆ -ଓ ର ଉଦଯାପନୀ ଉତ୍ସବ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର କଙ୍କୋରଡ଼ା ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ଚାଲିଥିବା ଉଚ୍ଚମାଧ୍ୟମିକ ଓ ସ୍ନାତକ ଛାତ୍ରଛାତ୍ରୀଙ୍କ ସାଂସ୍କୃତିକ, ସାମାଜିକ କାର୍ଯ୍ୟକ୍ରମ ସହ କ୍ରୀଡା ପ୍ରତିଯୋଗିତା ଦିନ ଉଦଯାପିତ ହୋଇଯାଇଛି l ଆୟୋଜିତ ଏହି ଉଦଯାପନୀ ଉତ୍ସବର ମୁଖ୍ୟ ଅତିଥି ଭାବେ ପରିଚାଳନା ସଭାପତି ଡଃ ହରିକୃଷ୍ଣ ନାୟକ ପ୍ରଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କଙ୍କୋରଡ଼ା ସରକାରୀ ପ୍ରାଥମିକ ଚିକିତ୍ସାଳୟ ସ୍ୱାସ୍ଥ୍ୟ ଅଧିକାରୀ ଡ଼ା ବିଦ୍ୟୁତ ପ୍ରଭା ଦାଶ ଯୋଗଦାନ କରିଥିଲେ l ଅଧ୍ୟକ୍ଷ ଡ. ପ୍ରକାଶଚନ୍ଦ୍ର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷଙ୍କ ପକ୍ଷରୁ ଅତିଥିଙ୍କ ପରିଚୟ ପ୍ରଦାନ କରାଯାଇଥିଲା l ଏହା ସହିତ ନାକ ସଂଯୋଜକ ଡଃ ସନ୍ତୋଷ କୁମାର ପାଢ଼ୀ, ନୋଡାଲ ଅଫିସର ଶ୍ରୀ ସୁଶାନ୍ତ କୁମାର ସାହୁ, ସାଂସ୍କୃତିକ ଅଧିକାରୀ ଶ୍ରୀ ସୁଶାନ୍ତ କୁମାର ପଣ୍ଡା, ସାମାଜିକ ଅଧିକାରୀ ଡ. ତୀର୍ଥବ୍ରତ ସାହୁ ପ୍ରମୁଖ ମଞ୍ଚାସୀନ ରହିଥିଲେ l ଅଧ୍ୟାପକ ସୁଶାନ୍ତ କୁମାର ପଣ୍ଡାଙ୍କ ବେଦ ମନ୍ତ୍ର ପାଠ ସହ ମଞ୍ଚ ସଂଯୋଜନା କରିଥିଲେ l ସାମାଜିକ କାର୍ଯ୍ୟକ୍ରମର ଉତ୍ତମ ସ୍ବେଛାସେବୀ ଭାବେ ସୁଶ୍ରୀ ଜ୍ୟୋତି କୁମାରୀ ଦାସ, ସୁଶ୍ରୀ ମେଘାରାଣୀ ମହାରଣା ଓ ଝରଣା ନାୟକ ସମ୍ମାନିତ ହୋଇଥିବା ବେଳେ କ୍ରୀଡାକ୍ଷେତ୍ରରେ ସର୍ବଶ୍ରେଷ୍ଠ ବିଜେତା ରୂପେ ଶ୍ରୀମାନ କାଳୁଚରଣ ଦାସ, ଶ୍ରୀମାନ ସିପୁନ ପ୍ରଧାନ, ସୁଶ୍ରୀ ଶ୍ରାବଣୀ ସେଠୀ, ସୁଶ୍ରୀ ରାଣୀ ପୃଷ୍ଟିଙ୍କୁ ଅତିଥିଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇଥିଲା । ଶୁଭମ ଶେଖର ନାୟକ ଲୋକ ନୃତ୍ୟ ବାଘ ନୃତ୍ୟ ପ୍ରଦର୍ଶନ କରିଥିଲେ ଓ ପୂଜା ଦାସ ରଣପା ନୃତ୍ୟ ପରିବେଷଣ କରିଥିଲେ l କ୍ରୀଡା ପରିଚାଳକ ଭାବେ ଅଧ୍ୟାପକ ମନୋରଞ୍ଜନ ଭୂୟାଁ, ହିମାଂଶୁଶେଖର ପାଢ଼ୀ ଓ ପ୍ରାକ୍ତନ ଛାତ୍ର ଶ୍ରୀ ଶିବ ପ୍ରଧାନ, ଛାତ୍ରପ୍ରତିନିଧି ବର୍ଷାରାଣୀ ସ୍ୱାଇଁ ଓ ଶିବାନୀ ମହାରଣା ସମ୍ମାନିତ ହୋଇଥିଲେ ।