ତେଲେଙ୍ଗା ସାହି ଠାରେ ଯୁବନେତାଙ୍କୁ ମରଣାନ୍ତକ ଆକ୍ରମଣ
ବାଲେଶ୍ଵର, (ସରୋଜ ପଣ୍ଡା):ବାଲେଶ୍ଵର ସହରର ସହଦେବଖୁଣ୍ଟା ଥାନା ଅଧୀନ ତେଲେଙ୍ଗା ସାହି ଠାରେ ରବିବାର ପୂର୍ବାହ୍ନ ୧୦ ଟା ବେଳେ ଦୁର୍ବୃତ୍ତ ଙ୍କ ଆକ୍ରମଣ ରେ ରେମୁଣା ଅଞ୍ଚଳର ଯୁବନେତା ତନୟ ମହାନ୍ତି ଗୁରୁତର ଆହତ ହୋଇଛନ୍ତି।ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଖବର ପାଇ ସହଦେବ ଖୁଣ୍ଟା ପୋଲିସ ଚିକିତ୍ସାଳୟରେ ପହଞ୍ଚି ତଦନ୍ତ ଚଳାଇଛି।ତେବେ ଦୂର୍ବୁତ୍ତଙ୍କ ଧାରୁଆ ଅସ୍ତ୍ର ଆକ୍ରମଣରେ ତାଙ୍କର ଛାତି,ପିଠି ତିନି ଜାଗାରେ କ୍ଷତ ହୋଇ ଥିବାର ଜଣାପଡିଛି।ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଥିବାର ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି ବୋଲି ସୂଚନା ଦେଇଛନ୍ତି। ଖବର ପାଇ ପୂର୍ବତନ ସାଂସଦ ରବୀନ୍ଦ୍ର ଜେନାଙ୍କ ସମେତ ବହୁ ବିଜେଡି ନେତା ଗୁରୁତର ଯୁବନେତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ ଆଶୁ ଆରୋଗ୍ୟ କାମନା କରିଥିଲେ।ସୂଚନା ଥାଉ କି,ତନୟ ମହାନ୍ତିଙ୍କ ଘର ରେମୁଣା ନିର୍ବାଚନ ମଣ୍ଡଳୀ ରଣସାହି ଅଞ୍ଚଳର। ସେ ଜଣେ ଯୁବନେତା ତଥା ଆର.ଟି.ଆଇ କର୍ମୀ ଭାବେ ଜଣାଶୁଣା।ତେବେ ରେମୁଣା ବିଧାୟକ ଙ୍କ କୃଷି ଯନ୍ତ୍ରପାତି ସବସିଡି ହଡ଼ପ ଘଟଣା ର ମୁଖ୍ୟ ଅଭିଯୋଗକାରୀ ତନୟ ଥିଲେ।


