ବସ୍ତା ନାଇକୁଡି ପଞ୍ଚାୟତ ହାଟ ପଡ଼ିଆରେ ବିକଶିତ ଭାରତ ସଂକଳ୍ପ ଯାତ୍ରାର କାର୍ଯ୍ଯକ୍ରମ

ବାଲେଶ୍ୱର, (ସରୋଜ ପଣ୍ଡା):ଆଜି ଅପରାହ୍ନ ୩ଟା ସମୟରେ ବସ୍ତା ନାଇକୁଡି ପଞ୍ଚାୟତ ହାଟ ପଡ଼ିଆରେ ମାନନୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ବିକଶିତ ଭାରତ ସଂକଳ୍ପ ଯାତ୍ରାର କାର୍ଯ୍ଯକ୍ରମ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ଉପସ୍ଥିତରେ ଆୟୋଜିତ ହୋଇଯାଇଛି। ଉପସ୍ଥିତ ଜନସାଧାରଣଙ୍କୁ ଉଦବୋଧନ ଦେଇ ସାଂସଦ ଶ୍ରୀଯୁକ୍ତ ଷଡ଼ଙ୍ଗୀ କେନ୍ଦ୍ର ସରକାରଙ୍କ ଯୋଜନା ବିଷୟରେ କହିଥିଲେ, ବିଶେଷ କରି ମହିଳା, ଯୁବକ ଓ କୃଷକଙ୍କ ପାଇଁ ବିଭିନ୍ନ ସରକାରୀ ଯୋଜନା ଓ ଏହାର ଉପାଦେୟତା ବିଷୟରେ କହିଥିଲେ। ଏହାପରେ ସରକାରୀ ଯୋଜନାରୁ ବଞ୍ଚିତ ଥିବା ପ୍ରାୟ ୨୦୦ରୁ ଉର୍ଦ୍ଧ୍ବ ହିତାଧିକାରୀଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ଭାରତକୁ ବିକଶିତ ରାଷ୍ଟ୍ର କରିବା ନିମନ୍ତେ ମୋଦିଜୀଙ୍କ ପଞ୍ଚପ୍ରାଣ ଶପଥପାଠ ପରେ ସଭାକାର୍ଯ୍ୟ ସମାପ୍ତ ହୋଇଥିଲା।ବୈଠକରେ ଜିଲ୍ଲା ସଭାପତି ଉମାକାନ୍ତ ମହାପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ପ୍ରଦୀପ କୁମାର ପଣ୍ଡା, ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଶ୍ରୀନିବାସ ପ୍ରଧାନ, ମଣ୍ଡଳ ସଭାପତି ରାଥା ପଙ୍କଜ ମଣ୍ଡଳ ଓ ରଞ୍ଜନ ମହାନ୍ତି, ବରିଷ୍ଠ ନେତା ଶ୍ୟାମପ୍ରସାଦ ବେହେରା, ଶ୍ରୀକୃଷ୍ଣ ଦତ୍ତ, ଫରନାଲ ବିଶ୍ବାଳ, ସାଂସଦ ପ୍ରତିନିଧି ମହେଶ୍ବର ଜେନା, ବାସୁଦେବ ପଣ୍ଡା ସମେତ ଅଞ୍ଚଳର ସମସ୍ତ ସକ୍ରିୟ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ