ଗିରିଗାଁ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡ଼ିହି, : ହାଟଡିହି ବ୍ଲକ ଗିରିଗାଁ ଶ୍ରୀଧର ସରକାରୀ ନୋଡାଲ ସ୍କୁଲର ପ୍ରଧାନ ଶିକ୍ଷକ ବିଶ୍ୱନାଥ ମିଶ୍ରଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ସମଣା ନଟବର ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନାରାୟଣ ଚନ୍ଦ୍ର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥିଭାବେ ହାଟଡିହି ଏବିଇଓ ବିନୋଦ କୁମାର ରାଉତ, ମୁଖ୍ୟ ବକ୍ତା ଭାବେ ବାଙ୍ଗୋର ସରକାରୀ ଉପ୍ରା ବିଦ୍ୟାଳୟର ପ୍ରଧନ ଶିକ୍ଷକ ନାରାୟଣ ଚନ୍ଦ୍ର ଲେଙ୍କା, ସମ୍ମାନୀତ ଅତିଥିଭାବେ ଅନ୍ନପୁର୍ଣ୍ଣା ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସରୋଜିନୀ ତ୍ରିପାଠୀ, ଶିକ୍ଷକସଂଘର ସମ୍ପାଦକ ମିହିର ପଣ୍ଡା, ସମଣା ସରପଞ୍ଚ ପତିତ ପାବନ ନନ୍ଦ, ସମଣା ସିଆରସିସି ମୃତ୍ୟୁଞ୍ଜୟ ନନ୍ଦ, ଅବସରପ୍ରାପ୍ତ ଶିକ୍ଷକ ବିଦ୍ୟାଧର ପାଢ଼ୀ, ମତାବାଜ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରାଜକିଶୋର ସ୍ୱାଇଁ, ସ୍ମିତରଞ୍ଜନ ସେନାପତି ପ୍ରମୁଖ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକ ବିଶ୍ୱନାଥ ମିଶ୍ରଙ୍କ କର୍ମମୟ ଜିବନୀ ଉପରେ ଆଲୋକପାତ କରିବା ସହିତ ତାଙ୍କ ସମୟାନୁବର୍ତ୍ତିତା, ଛାତ୍ରବତ୍ସଳ ଓ ଶିକ୍ଷାଦାନ ପଦ୍ଧତି ଅନ୍ୟ ମାନଙ୍କୁ ପ୍ରେରଣା ଯୋଗାଇବ ବୋଲି କହିଥିଲେ । ତାଙ୍କ ଅବସର ଜୀବନ ଶୁଖମୟ ହେଉ ବୋଲି ଅତିଥିମାନେ ପ୍ରାର୍ଥନା କରିଥିଲେ । ତାଙ୍କୁ ବିଦ୍ୟାଳୟ, ସହକର୍ମୀ ଓ ଛାତ୍ରଛାତ୍ରୀ ମାନଙ୍କ ପକ୍ଷରୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଗିତାଞ୍ଜଳୀ ପାଢ଼ୀ, ଗୌର ନାୟକ, ଗୋଲକ ପାଢ଼ୀ, ସୁଧାକର ମହାପାତ୍ର, ଭୀମସେନ ନାୟକ, ଆର୍ତ୍ତ ସାହୁ, ଯୁଦ୍ଧିଷ୍ଠିର ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ