ପୋଲସରା ଡିଲର ଧର୍ମଘଟ
ପୋଲସରା, (ଅନିଲ କୁମାର ମହାରଣା):ଡିଲର ଫେଡେରେସନର ଆହ୍ବାନ କ୍ରମେ ପୋଲସରା ଡିଲର ସଙ୍ଘ ସଭାପତି ପ୍ରଭାକର ପ୍ରଧାନଙ୍କ ନେତୃତ୍ବରେ ୫ ଦଫା ଦାବି ନେଇ ଏକ ପ୍ରତିବାଦ ସଭା ପାଟଣା ପଦର ଆର୍ଯ୍ୟ ମନ୍ଦିର ନିକଟରେ ହୋଇଥିଲା। ଖାଦ୍ୟ ବଣ୍ଟନ ବାବଦକୁ ବକେୟା ଥିବା ୩୪ ମାସର ଅର୍ଥ ରାଶି ପ୍ରଦାନ, ଖାଦ୍ୟ ବଣ୍ଟନ ବାବଦକୁ ପାରିଶ୍ରମିକ ଅର୍ଥ ରାଶି ବୃଦ୍ଧି, ଡିଲର ମାନଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ପ୍ରଦାନ, ଖାଦ୍ୟ ବଣ୍ଟନ ସମୟରେ ନିଅଣ୍ଟିଆ ପରିମାଣକୁ ଭରଣା କରିବା, ରାସନ କାର୍ଡରେ ଗହମ ସହିତ ଚିନି ଓ ଖାଇବା ତେଲ ଯୋଗାଇବା ଦାବିନେଇ ୨୦୨୪ ଜାନୁଆରୀ ପହିଲାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ରାସନ ସାମଗ୍ରୀ ବଣ୍ଟନ ବନ୍ଦ କରାଯାଇଛି। ଉକ୍ତ ଧାରଣାରେ ପୋଲସରା ଏନ୍ଏସି ଅନ୍ତର୍ଗତ ସମସ୍ତ ଡିଲର ଯୋଗଦେଇଥିଲେ। ଡିଲର ଆନ୍ଦୋଳନ ଯୋଗୁଁ ପୋଲସରା ବିଜ୍ଞାପିତ ଅଞ୍ଚଳ ପରିଷଦର ରାସନ କାର୍ଡଧାରି ୪୫୬୨ ଜଣ ହିତାଧିକାରୀ କଣ୍ଟ୍ରୋଲ ସାମଗ୍ରୀ ପାଇବାରୁ ବଞ୍ଚିତ ଅଛନ୍ତି।