“ମା’ ବାଙ୍କେଶ୍ୱରୀ ବିଲ କଲେକ୍ଟରସ ଆସୋସିଏସନ” ଗଠନ

ବୁଗୁଡା, (ଅନିଲ କୁମାର ମହାରଣା):ଟାଟା ପାୱାର ବିଦ୍ୟୁତ ବଣ୍ଟନକାରୀ ସଂସ୍ଥା ଅଧୀନରେ କାର୍ଯ୍ୟ କରୁଥିବା ବୁଗୁଡା ଓ କବିସୂର୍ଯ୍ୟ ନଗର ସବ-ଡିଭିଜନ ଅନ୍ତର୍ଗତ ବିଦ୍ୟୁତ ବିଲ କଲେକ୍ଟର ମାନଙ୍କର ଏକ ବୈଠକ ଜାନୁଆରୀ ୫ ତାରିଖ ଦିନ ବୁଗୁଡା ନିକଟସ୍ଥ ମା ବାଙ୍କେଶ୍ବରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବୁଗୁଡା, ବାଲିପଦର, ବୁଢ଼ାମ୍ବ ଓ କବିସୂର୍ଯ୍ୟନଗର ବିଦ୍ୟୁତ ବିଭାଗର ବିଲ କଲେକ୍ଟର ମାନଙ୍କୁ ନେଇ ” ମା’ ବାଙ୍କେଶ୍ବରୀ ବିଲ କଲେକ୍ଟରସ ଆସୋସିଏସନ” ନାମରେ ଏକ ନୂତନ ସଙ୍ଗଠନ ଗଠନ କରାଗଲା। ନୂତନ ଭାବେ ଗଠିତ ଏହି ଆସୋସିଏସନର ସଭାପତି ଭାବେ ସୂର୍ଯ୍ୟକାନ୍ତ ସାହୁ, ଉପସଭାପତି ଭାବେ ସନ୍ତୋଷ କୁମାର ରାଉତ, ସମ୍ପାଦକ ଭାବେ ପ୍ରଦୀପ୍ତ କୁମାର ବେହେରା ଓ କୋଷାଧ୍ୟକ୍ଷ ଭାବେ ହାଡ଼ିବନ୍ଧୁ ଗୌଡ଼ ସର୍ବସମ୍ମତି କ୍ରମେ ନିର୍ବାଚତ ହୋଇଥିଲେ। ପର୍ଯ୍ୟାୟ କ୍ରମେ ଏହି ସଙ୍ଗଠନକୁ ଅନ୍ୟ ବିଦ୍ୟୁତ ସବ-ଡିଭିଜନର ବିଦ୍ୟୁତ ବିଲ କଲେକ୍ଟର ମାନଙ୍କୁ ଅନ୍ତର୍ଭୁକ୍ତ କରାଯାଇ ଆସୋସିଏସନକୁ ସୁଦୃଢ କରିବାକୁ ସ୍ଥିର ହୋଇଥିଲା। ବିଲ କଲେକ୍ଟର ମାନଙ୍କ ବିଭିନ୍ନ ସମସ୍ୟା ନେଇ ଏହି ଆସୋସିଏସନ କାର୍ଯ୍ୟ କରିବାକୁ ଠିକ ହେବା ସହ ସଙ୍ଗଠନର ଆର୍ଥିକ ସ୍ଥିତି ବିଷୟ ନେଇ ଆଲୋଚନା ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ