ବିଜୁ ଜନତା ଦଳର ପ୍ରତିଷ୍ଠା ଦିବସ ଅବସରରେ ମେଗା ରକ୍ତଦାନ ଶିବିର

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବିଜୁ ଜନତା ଦଳର ୨୭ ତମ ପ୍ରତିଷ୍ଠା ଦିବସ ଅବସରରେ ଛତ୍ରପୁର ନିର୍ବାଚନ ମଣ୍ଡଳୀ ପକ୍ଷରୁ ଓଡିଶା ମୋ ପରିବାର ଓ ଜୀବନ ବିନ୍ଦୁ ଆନୁକୂଲ୍ୟରେ ସ୍ଥାନୀୟ ଶିବ କୁମାର ପଟ୍ଟନାୟକ ରିଡିଙ୍ଗ ରୁମ ଠାରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ନେତୃତ୍ୱରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହାକୁ ଆନୁଷ୍ଠାନିକ ଭାବେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିବା ସହିତ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଡାକ୍ତର ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରାଜ୍ୟ କାଜୁ ନିଗମର ଅଧ୍ୟକ୍ଷ ତଥା ଜୀବନ ବିନ୍ଦୁର ସଂଯୋଜକ ସୁବାସ ମହାରଣା, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୂରୀ, ଛତ୍ରପୁର ଏନଏସି ଉପାଧ୍ୟକ୍ଷ ଜି. ପାପା ରାଓ, ଗଞ୍ଜାମ ଏନଏସି ଉପାଧ୍ୟକ୍ଷ ସୁରେନ୍ଦ୍ର କୁମାର ବାରିକି, ଛତ୍ରପୁର ବିଜେଡି ବ୍ଲକ ସଭାପତି ପ୍ରବାସୀ ପ୍ରଧାନ, ନଗର ବିଜେଡି ସଭାପତି ବି. ରାଜୁବାବୁ, ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀର ସଭାପତି ସନମୁଖ ପଟ୍ଟନାୟକ, ଯୁବ ବିଜେଡି ଛତ୍ରପୁର ବ୍ଲକ ସଭାପତି କାଳିଆ ନାହାକ, ଉପସଭାପତି କାହ୍ନୁ ଚରଣ ବେହେରା, ଛତ୍ରପୁର ଯୁବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ଗଞ୍ଜାମ ଯୁବ ବିଜେଡି ସଭାପତି ସୁଧିର କୁମାର ପାଢୀ, ଜିଲ୍ଲା ପରିଷଦ ସଭ୍ୟ ଏମ୍‌. ଧନଞ୍ଜୟ ରେଡ୍ଡୀ, କାଉନସିଲର ଦେବାଶିଷ ମିଶ୍ର, ପ୍ରିତିଛନ୍ଦା ସାମଲ, ସନ୍ତୋଷୀ ସେଠୀ, ଡି. ଇନ୍ଦୁ, ବି. ନିଶ୍ଚଳା, ଛତ୍ରପୁର ନଗର ବିଜେଡି ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଶମ୍ଭୁନାଥ ସ୍ୱାଇଁ,ଅକ୍ଷୟ ସ୍ୱାଇଁ, କିଶୋର ବେହେରା,ଟିକିନା ଗୌଡ, ଏମ୍‌. ଗୁମାଲି, ବି. ଭୀମ, ସୁରେଶ ଦାଶ, ବିପୁଳିଙ୍ଗି ସରପଂଚ ହିନା ସେଠୀ, ଟାଙ୍ଗଣାପଲ୍ଲୀ ସରପଂଚ ବି, ସୁଦାମ, ଏନ୍‌. ଗିରିଧର ରାଓ, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବ ବିଜେଡି ଜିଲ୍ଲା ସଭାପତି ଭବାନୀକାନ୍ତ ସାହୁ, ଗଞ୍ଜାମ ବ୍ଲକ ପୂର୍ବତନ ଅଧ୍ୟକ୍ଷ ସୁରଥ ପ୍ରଧାନ ଓ ରଘୁନାଥ ସାହୁ, ରାଜେଶ ମହାରଣା, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ପୂର୍ବତନ କାଉନସିଲର କିଶୋର ଚନ୍ଦ୍ର ସେନାପତିଙ୍କ ସମେତ ନିର୍ବାଚନ ମଣ୍ଡଳୀର ବହୁ ଜନ ପ୍ରତିନିଧି, ଛାମୁଆ ନେତା ଏବଂ ଯୁବ ଛାତ୍ର ମାନେ ଉପସ୍ଥିତ ଥିଲେ । ଏହି ଅବସରରେ ୧୫୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ବ୍ରହ୍ମପୁର ରକ୍ତ ଭଣ୍ଡାରର କର୍ମଚାରୀ ମାନେ ରକ୍ତ ସଂଗ୍ରହ ରେ ସହ ଯୋଗ କରିଥିଲେ । ଛତ୍ରପୁର ଏନଏସି ଉପାଧ୍ୟକ୍ଷଙ୍କ ନେତୃତ୍ୱରେ ଏନଏସିର ବହୁ ଯୁବକ ମାନେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ