କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦ୍‌ଯାପିତ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲାର କଳା, ସଂସୃତି, ଐତିହ୍ୟ ଓ ପରମ୍ପରା ର ପ୍ରତିକ କନ୍ଧମାଳ ମହୋତ୍ସବ ଓ ପଲ୍ଲୀଶ୍ରୀ ମେଳା ଉଦଯାପିତ ହୋଇଯାଇଛି । ଉଦଯାପନୀ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ଡଃ.ଅଚ୍ୟୁତ ସାମନ୍ତ ଯୋଗ ଦେଇ କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଅନ୍ଯତମ ଅତିଥି ଭାବେ କନ୍ଧମାଳ ଜିଲା ପରିଷଦର ଅଧ୍ୟକ୍ଷା ସୁଶ୍ରୀ ନନ୍ଦିନୀ ମଲ୍ଲିକ, ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡା ବିଧାୟକ ଚକ୍ରମଣି କହଁର ଏବଂ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାପାଳ ତଥା କନ୍ଧମାଳ ମୋହତ୍ସବ ଆୟୋଜନ କମିଟି ଅଧ୍ୟକ୍ଷ ଶ୍ରୀ ପାଟିଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବହୁ ଅତିଥି ମାନେ ଯୋଗ ଦେଇଥିଲୋ। ଏହି ଅବସରରେ ଅତିଥି ମାନଙ୍କୁ ସ୍ମାରକୀ ପ୍ରଦାନ କରାଯାଇଥିଲା। ସମସ୍ତ ଅତିଥି କନ୍ଧମାଳର ସଂସ୍କୃତି ଓ ପରମ୍ପରାକୁ ନେଇ ନିଜନିଜର ଅଭିଭାଷଣ ରଖିଥିଲେ। ଅଶୋକ ମହାନ୍ତି କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।ଉତ୍ସବର ଶେଷ ସନ୍ଧ୍ୟାରେ ବିଭିନ୍ନ ନୃତ୍ୟଶିଳ୍ପୀ ଯୋଗ ଦେଇ ଚିତାକର୍ଷକ ଓଡିଶୀ ନୃତ୍ୟ ସମେତ ଲୋକ ନୃତ୍ୟ, ପାରମ୍ପରିକ ନାଚ ଗୀତ ପରିବେଷଣ କରିଥିଲେ ଏମାନଙ୍କ ମଧ୍ୟରେ ମୁଖ୍ୟ ଆକର୍ଷଣ ଗାୟକ ମଣ୍ଟୁ ଛୁରିଆଙ୍କ ସଙ୍ଗୀତ ଥିଲା ।ତାଙ୍କର ସମ୍ବଲପୁରୀ ସଙ୍ଗୀତ ରେ ଦର୍ଶକ ବିଭୋର ହୋଇ ନୃତ୍ୟ କରିବା ସହିତ କାର୍ଯ୍ଯକ୍ରମ କୁ ଉପଭୋଗ କରିଥିଲେ। ସେହିପରି ଏହି ୫ ଦିନିଆ ଉତ୍ସବରେ ଗତ ଦିନ ମାନଙ୍କରେ ଆସାମର ବିହୁ ନୃତ୍ୟ ଦର୍ଶକ ଙ୍କୁ ମନ ମୋହିଥିବା ବେଳେ ମଣିପୁର ସମର କଳା ନୃତ୍ୟ ର ଆନନ୍ଦ ଦର୍ଶକ ଉପଭୋଗ କରିଥିଲେ। ଲୋକେ କନ୍ଧମାଳ ଜିଲାରେ ପ୍ରଥମ ଥର ଷ୍ଟ୍ରବେରି ଚାଷ ହୋଇଥିବା ପ୍ରଥମ ଫଳ ମୋହତ୍ସବ ପଡିଆରେ ବିକ୍ରି ହେଉଥିବା ବେଳେ ଲୋକେ ମଧ୍ୟ ଷ୍ଟ୍ରବେରି କିଣି ଖାଉଥିବା ଦେଖିବାକୁ ମିଳିଥିଲା। ସେହିପରି ସୁସଜ୍ଜିତ ଆଲୋକମାଳାରେ ଝଲସିଥିଲା ସମଗ୍ର ଷ୍ଟାଡିୟମ। ସାଂସୃତିକ କାର୍ଯ୍ୟକ୍ରମ, ବିଭିନ୍ନ ନାଚ ଗୀତ ସହ କନ୍ଧମାଳ ର ହାଲକା ଶୀତ ଲୋକଙ୍କ ମନରେ ଶିହରଣ ସୃଷ୍ଟି କରୁଥିଲା। ଚଳିତ ବର୍ଷ ପ୍ରବଳ ଉତ୍ସାହ ଉଦ୍ଦୀପନାର ସହ ଏହି କନ୍ଧମାଳ ମହୋତ୍ସବ ଆରମ୍ଭ ହୋଇଥବା ବେଳେ ଆଜି ଅନ୍ତିମ ଦିବସରେ ବହୁ ମାତ୍ରାରେ ଜନ ସମାଗମ ହୋଇ ସମାପନ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ