ନିଆରା ଢଙ୍ଗ ରେ ଜନ୍ମ ଦିବସ ପାଳନ କଲେ ଯୁବ ସାମ୍ବାଦିକ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଡୁମାକୁମ୍ପା ପଞ୍ଚାୟତର ଡିହକୁମ୍ପାପଲ୍ଲୀ ଗ୍ରାମର କୁନି କୁନି ପିଲାଙ୍କ ଗହଣରେ ଜନ୍ମ ଦିନ ପାଳନ କଲେ ଯୁବ ସାମ୍ବାଦିକ ଶିବ ଶଙ୍କର ପ୍ରଧାନ। ନିଜ ଜନ୍ମ ଦିନକୁ ସାଙ୍ଗ ସାଥୀ ମେଳରେ ଭୋଜି ଭାତ ଆସର କରି ପାଳନ କରିବା ବଦଳରେ ଉପାନ୍ତ ଗ୍ରାମରେ ରହୁଥିବା ପିଲାଙ୍କ ମୁହଁରେ ହସ ଫୁଟାଇବା ସହ ସେମାନଙ୍କ ସହ କିଛି ସମୟ ବିତାଇ ପିଲାଙ୍କ ମଧ୍ୟରେ ବିଭିନ୍ନ କୌତୁକିଆ ପ୍ରତିଯୋଗୀତା କରି ପୁରସ୍କାର ଦେବା ସହ ପାଠ୍ୟ ଉପକରଣ ପ୍ରଦାନ କରିଥିଲେ। ସଂପ୍ରତି ଆଧୁନିକତାର ଚାକଚକ୍ୟ ଭିତରେ ପାଶ୍ଚାତ୍ୟ ସଭ୍ୟତାକୁ ଆପଣାଇ କେକ୍ କାଟି ସମସ୍ତେ ଜନ୍ମ ଦିନ ପାଳନ କରୁଥିବା ବେଳେ ଗରୀବ ପିଲାଙ୍କ ଗହଣରେ ନିଜ ଜନ୍ମ ଦିନ ପାଳନକୁ ସ୍ମରଣୀୟ କରି ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ସେ। ଏହି ସମୟରେ ବିପଦର ବନ୍ଧୁ ଅନୁଷ୍ଠାନର ଅରକ୍ଷିତ ପରିଚ୍ଛା,ସାମ୍ବାଦିକ ମନୋଜ ଗୌଡ,ପପୁ ଡାକୁଆ ପ୍ରମୁଖ ଉପସ୍ଥିତ ରହିଥିଲେ।