ଡାଲା ଅଟୋ କୁ ଧକ୍କା ଦେଲା ଯାତ୍ରୀବାହୀ ବସ
ଦିଗପହଣ୍ଡି, (ଯୁଗାବ୍ଦ ନ୍ୟୁଜ):ଦିଗପହଣ୍ଡି ବ୍ଲକ ମେଘଝୋଳି ଗ୍ରାମ ଠାରୁ ଯାତ୍ରୀ ନେଇ ବ୍ରହ୍ମପୁର ଯାଉଥିବା ସ୍କୁଲ ବସ ନଂ. (ଓଡ଼ି ୦୫ – ଏମ – ୫୯୪୬) ଏକ ଡାଲା ଅଟୋ ନଂ.(ଓଡି ୦୭ ଏ ଆର -୯୨୮୬) କୁ ଧକ୍କା ଦେବାରୁ ୨ ଜଣ ଆହତ ହୋଇଥିବା ବେଳେ ବସ ରେ ଥିବା ଯାତ୍ରୀ ମାନେ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି। ଭୀଷ୍ମଗିରି ଗ୍ରାମ ନିକଟରେ ରବିବାର ସକାଳ ପ୍ରାୟ ୧୦ ଟା ରେ ଦୁର୍ଘଟଣା ଘଟିଛି।ଆହାତ ଦ୍ବୟ ହେଲେ ଗଡ ସାମନ୍ତରାପୁର ଗ୍ରାମର ଖଲି ପାତ୍ର ଏବଂ ଡେଙ୍ଗାଓସ୍ତା ରତ୍ନମଣିପୁର ଗ୍ରାମର ଅଟୋ ଚାଳକ ଜୟଦେବ ଦାସ। ଉଭୟଙ୍କୁ ଚିକିତ୍ସା ନିମନ୍ତେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା।ସେଠାରେ ଚିକିତ୍ସା ପରେ ଉଭୟଙ୍କୁ ଛାଡ଼ି ଦିଆଯାଇଛି। ସ୍କୁଲ ବସ ରେ ବିନା ରୁଟ ପରମିଟ ରେ ଯାତ୍ରୀ ମାନଙ୍କୁ ନେବା ଆଣିବା କରାଯାଉଥିବା ଅଭିଯୋଗ ହୋଇଛି।