ବ୍ଲକ କଳା ଓ ସଂସ୍କୃତି ସଂଘ ପାଇଁ କଳାକାର ପଞ୍ଜିକରଣ ପାଇଁ ଲମ୍ବାଧାଡି
ହାଟଡିହି, (ବିକାଶ ବିଶ୍ୱାଳ ) : ବ୍ଲକ କଳା ଓ ସଂସ୍କୃତି ସଂଘ ପୁର୍ନଗଠନ ପାଇଁ ବ୍ଲକ ପକ୍ଷରୁ ଆରମ୍ଭ ହୋଇଛି କଳାକାର ଚିହ୍ନଟ ପ୍ରକ୍ରୀୟା । ଏଥିପାଇଁ ବ୍ଲକ ପରିସରରେ ଦୁଇଦିନ ହେଲା ନାମ ପଞ୍ଜିକରଣ କରାଯାଉଥିବାରୁ କଳାକାର ମାନେ ସେମାନଙ୍କ ନାମ ପଞ୍ଜିକରଣ ପାଇଁ ଲମ୍ବା ଧାଡି ଲଗାଇଛନ୍ତି । ପୁର୍ବରୁ ବ୍ଲକ କଳା ଓ ସଂସ୍କୃତି ସଂଘ ଥିବାବେଳେ ତାହାର କାର୍ଯ୍ୟକାଳ ପୁରି ଯିବା ଓ ଏଥିରେ ଅନେକ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହେବାପରେ ବ୍ଲକ ପ୍ରଶାସନ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି । ଆଜି ନାମ ପଞ୍ଜିକରଣର ଶେଷ ଦିନ ଥିବାରୁ ବ୍ଲକର ବିଭିନ୍ନ ଅଞ୍ଚରୁ ଶହଶହ କଳାକାର ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ଭିଡ ଜମାଇଥିଲେ । ଶାନ୍ତି ଶୃଙ୍ଖଳାର ସହ ନାମ ପଞ୍ଜିକରଣ ପାଇଁ ସେମାନଙ୍କୁ ଧାଡିରେ ଠିଆକରାଇ ସେମାନଙ୍କ ନାମ ପଞ୍ଜିକରଣ କରାଯାଉଥିଲା । ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସ୍ୱାତୀଶ୍ରୀ ସିଂ, କିରାଣୀ ଏସ.ପ୍ରତିକ ଆନନ୍ଦ ଓ ଡିଇଓ ରାଜେଶ ସାହୁ ପ୍ରମୁଖ ପଞ୍ଜିକରଣ କାର୍ଯ୍ୟ ତୁଲାଇଥିବାବେଳେ ୮ଶହରୁ ଉର୍ଦ୍ଧ କଳାକାର ସେମାନଙ୍କ ନାମ ପଞ୍ଜିକୃତ କରିଛନ୍ତି ।


