ପଞ୍ଚାୟତରେ ନାନା ସମସ୍ୟା କୁ ନେଇ ଇସ୍ତଫା ଦେବାକୁ ଚେତାବନୀ ଦେଲେ ସରପଞ୍ଚ
ହାଟଡିହି, (ବିକାଶ ବିଶ୍ୱାଳ ) : ଅକରୁଆ ପଞ୍ଚାୟତରେ ନାନା ସମସ୍ୟା ଲାଗି ରହିଥିଲେବି ତାହାର ସମାଧାନ କରିବା ପରିବର୍ତ୍ତେ ବ୍ଲକ ପ୍ରଶାସନ ଜାଣିଶୁଣି ଅସହଯୋଗ କରୁଥିବାରୁ ଏଥିରେ ଅତିଷ୍ଠ ହୋଇ ସରପଞ୍ଚ ହେମଲତା ବେହେରା ବିଡିଓଙ୍କୁ ଇସ୍ତଫାପତ୍ର ପ୍ରଦାନକୁ ଆସିଥିବାବେଳ ବିଡିଓ ତାଙ୍କୁ ବୁଝାସୁଝା କରି ପଠାଇଛନ୍ତି । ସରପଞ୍ଚଙ୍କ ଅଭିଯୋଗ ଅନୁଯାଇ ପଞ୍ଚାୟତ ନିର୍ବାଚନ ପର ଠାରୁ ଅକରୁଆ ପଞ୍ଚାୟତରେ ନିୟମିତ ଜିଆରଏସ ନିଯୁକ୍ତି ଦିଆଯାଉ ନାହିଁ । ମାସେ ଦୁଇ ମାସରେ ଜଣେ ଲେÿଖାଏଁ ଜିିଆରଏସଙ୍କୁ ବଦଳି କରାଯାଉଛି ଯେ ତାା ପୁଣି ଏକାଧିକ ପଞ୍ଚାୟତ ଦାୟିତ୍ୱରେ ରହୁଛନ୍ତି । ବାରମ୍ବାର ପିଇଓ ଏବଂ ଜିଆରଏସଙ୍କ ବଦଳି କରାଯାଉଥିବାରୁ ଆଜି ପର୍ଯ୍ୟନ୍ତ ପଞ୍ଚାୟତରେ କୌଣସି ଉନ୍ନୟନ ମୁଳକ କାର୍ଯ୍ୟ ଠିକ ଭାବେ ହୋଇପାରୁନି । ଉକ୍ତ ପଞ୍ଚାୟତରେ ୭ଶହରୁ ଉର୍ଦ୍ଧ ଆବାସ ଯୋଜନା ହିତାଧିକାରୀଙ୍କୁ ବାସଗୃହ ପ୍ରଦାନ କରାଯାଇଥିବାବେଳେ ସ୍ଥାୟୀ ପିଇଓ ନଥିବାରୁ ସେମାନଙ୍କୁ ହିତାଧିକାରାୀ ମାନଙ୍କୁ ଉପଯୁକ୍ତ ସମୟରେ ଦ୍ୱିତୀୟ କିସ୍ତି ପ୍ରଦାନ କରାଯାଉ ନାହିଁ । ପିଇଓଙ୍କ ଦାୟିତ୍ୱରେ ପିଡିଏସ ବଣ୍ଟନ ଥିବାବେଳେ ଏକାଧିକ ପଞ୍ଚାୟତର ଦାୟିତ୍ୱରେ ଥିବା ପିଇଓ ପିଡିଏସ ବଣ୍ଟନ କରିପାରୁ ନାହାନ୍ତି । ବିଭିନ୍ନ ଉନ୍ନୟନ ମୁଳକ କାର୍ଯ୍ୟର ବିଲ୍ ହେଉନଥିବାବେଳେ କାମ କରୁଥିବା ଲୋକମାନେ ସରପଞ୍ଚଙ୍କୁ ଆକ୍ଷେପ କରୁଥିବାରୁ ଏଥିରେ ସେ ଅତିଷ୍ଠ ହୋଇପଡିଛନ୍ତି । ଅନ୍ୟଜଣେ ଲୋକପ୍ରତିନିଧି ପଞ୍ଚାୟତ କାର୍ଯ୍ୟରେ ହସ୍ତକ୍ଷେପ କରି ଲୋକମାନଙ୍କୁ ଭୟଭୀତ କରାଉଥିବା ଓ ଏନେଇ ବାରମ୍ବାର ବ୍ଲକ ପ୍ରାାସନର ଦୃଷ୍ଟି ଆକର୍ଷଣ କରିଥିଲେବି କୌଣସି ପଦକ୍ଷେପ ନିଆ ନଯିବାରୁ ସେ ବାଧ୍ୟହୋଇ ଆଜି ଇସ୍ତଫା ଦେବାକୁ ଆସିଥିଲେ ବୋଲି କହିଛନ୍ତି ।


