ବିଭାଜନସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ବେଲଗୁଣ୍ଠା ବ୍ଳକ୍ ମାଆ ବୁଢାକେନ୍ଦୁ ପୀଠରେ ଭଞ୍ଜନଗର କ୍ଷୁଦ୍ର ଜଳସେଚନ ବିଭାଜନ ତରଫରୁ ବିଭାଜନସ୍ତରୀୟ ପାଣି ପଂଚାୟତ ପକ୍ଷ ପାଳନ ସମାରୋହ ଅନୁଷ୍ଠିତ ହୋଇଯାଇଛି I ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର୍ ଶ୍ୱେତା ଶୁଭଦର୍ଶିନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସିଦ୍ଧପୁର ଶ୍ରୀ ରାମ ପାଣି ପଂଚାୟତ ସଭାପତି ରବୀନ୍ଦ୍ର ପଣ୍ଡା,ମୁଖ୍ୟ ବକ୍ତାରୂପେ ଓପିକ୍ରା ଟିମ୍ ଲିଡର୍ ସାରଦା ପ୍ରସାଦ ଖୁଣ୍ଟିଆ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ରୂପେ ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ପ୍ରଶାନ୍ତ କୁମାର ପଣ୍ଡା, ସିଦ୍ଧାର୍ଥ ରଣ ବିଜୁଳି,ବ୍ଳକ୍ ସ୍ତରୀୟ କୃଷି ଅଧିକାରୀ ସୁମିନ୍ ସାହୁ ପ୍ରମୁଖ ଯୋଗ ଦେଇ ପାଣି ପଂଚାୟତର ଆବଶ୍ୟକତା ଏବଂ ଉପାଦେୟତା ସମ୍ପର୍କରେ ଆଲୋକପାତ କରିବା ସହିତ ବିଜ୍ଞାନ ସମ୍ମତ କୃଷି ଭିତ୍ତିକ ଜ୍ଞାନ ପ୍ରଦାନ କରିଥିଲେ I ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବନ୍ଧ, ବକ୍ତୃତା,କୁଇଜ୍,ଚିତ୍ରାଙ୍କନ ଏବଂ ପ୍ରଦର୍ଶନୀ ପ୍ରତିଯୋଗିତା ଅନୁଷ୍ଠିତ କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା I ଏହି ଅବସରରେ ନୂତନ ଭାବେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ପାଣି ପଂଚାୟତ ଗୁଡ଼ିକୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା I ମାଆ ବୁଢାକେନ୍ଦୁ ମନ୍ଦିର ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଇଞ୍ଜିନିୟର୍ ସନ୍ତୋଷ କୁମାର ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ଇଞ୍ଜିନିୟର୍ ସନ୍ତୋଷ କୁମାର ଆରୁଖ ଧନ୍ୟବାଦ ଜ୍ଞାପନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ