ଜାନୁଆରୀ ୨୨କୁ ସରକାରୀ ଛୁଟି କରିବା ନିମନ୍ତେ ଦାବୀ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ) :ଜାନୁଆରୀ ୨୨ତାରିଖ ରେ ଅଯୋଧ୍ୟାରେ ହେବାକୁ ଥିବା ପ୍ରଭୁ ଶ୍ରୀ ରାମଙ୍କ ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ଅବସରରେ ଓଡ଼ିଶାରେ ସେହିଦିନ ସବୁ ସରକାରୀ ବିଦ୍ୟାଳୟ,କାର୍ଯ୍ୟାଳୟ ଛୁଟି ଘୋଷଣା ସହ ମଦ ଦୋକାନଗୁଡିକ ବନ୍ଦ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସଙ୍କ ଜରିଆରେ ଛତ୍ରପୁର ବିଜେପି ତରଫରୁ ଆଜି ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବୀ ପତ୍ର ପ୍ରଦାନ ବେଳେଭାରତୀୟ ଜନତା ପାର୍ଟି ର ଅନୁସୂଚିତ ଜାତି ମୋର୍ଚ୍ଚା ର ରାଜ୍ୟ ସମ୍ପାଦକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ମଣ୍ଡଳ ସଭାପତି ସଂଜିତ କୁମାର ରାଉଳ, ଆଇନଜୀବୀ ପଦ୍ମ ଚରଣ ସାହୁ, ଡି. ସୁରେଶ ରେଡ୍ଡୀ, ଜି. ରଘୁନାଥ ରେଡ୍ଡୀ, ଜି. ମନୋଜ ରେଡ୍ଡୀ, ରିତେଶ ସେନାପତି, ବିକ୍ରମ ପାଣିଗ୍ରାହୀ ଓ କୁନା ସାହୁ ଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ