ଚାଖି ଖୁଂଟିଆ ଥିଲେ ମହାନ ବିପ୍ଳବୀ ଓ ବୀରତ୍ୱର ପ୍ରତୀକ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) : ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ପକ୍ଷରୁ ମହାନ ବିପ୍ଳବୀ ସଂଗ୍ରାମୀ, ଓଡ଼ିଆ ବୀରତ୍ୱ ତଥା ସାହସିକତାର ପ୍ରତୀକ ଚାଖି ଖୁଂଟିଆଙ୍କ ୧୯୭ତମ ଜୟ”ୀ ସ୍ଥାନୀୟ କଳ୍ପନା ଛକସ୍ଥିତ ପ୍ରତିମୂର୍ତିସ୍ଥଳରେ ପୁଷ୍ପମାଲ୍ୟ ଅର୍ପଣ ସହ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି । ଅଭିଯାନର ଅଧ୍ୟକ୍ଷ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ ସ୍ମୃତିଚାରଣ ପୂର୍ବକ ମତବ୍ୟକ୍ତ କରି କହିଥିଲେ ଯେ, ଚାଖି ଖୁଂଟିଆ ଏକାଧାରରେ ଜଣେ ମହାନ ବିପ୍ଳବୀ, ଅସୀମ ତ୍ୟାଗ, ଅସାଧାରଣ ବ୍ୟକ୍ତିତ୍ୱ, ବଳିଷ୍ଠ ସଂଗଠକ, ସାହସିକତାର ପ୍ରତୀକ ତଥା ସମଗ୍ର ଓଡ଼ିଆଙ୍କ ବୀରତ୍ୱର ପ୍ରତୀକ । ଇଂଗ୍ରେଜମାନଙ୍କୁ ଦେଶରୁ ବିତାଡିତ କରିବା ପାଇଁ ତାଙ୍କର ଅଦମ୍ୟ ସାହସ ତଥା ସଂଗ୍ରାମୀ ଜୀବନ ଆଜି ବି ବହୁ ପ୍ରାସଙ୍ଗିକତା ବହନ କରେ । ଆଜିର ଯୁବପୀଢ଼ୀ ତାଙ୍କ ପଦାଙ୍କ ଅନୁସରଣ କଲେ ସମଗ୍ର ଓଡ଼ିଆ ଜାତି ଆହୁରି ଆଗକୁ ବଢ଼ି ପାରିବ । ଏହି ସ୍ମୃତିଚାରଣ ସଭାରେ ଶିକ୍ଷାବିତ କାମଦେବ ମହାପାତ୍ର, ସଂଜୟ ପରିଡ଼ା, ଗିରିଜା ମହାପାତ୍ର, ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ, ବ୍ରଜବନ୍ଧୁ ପରିଡ଼ା ପ୍ରମୁଖ ଯୋଗଦେଇଥିଲେ ବୋଲି ମୁଖପାତ୍ର ଅରବିନ୍ଦ ତ୍ରିପାଠୀ ଜଣାଇଛ”ି ।


