“ଆମ ଓଡ଼ିଶା ନବୀନ ଓଡିଶା” ଗୋଳାବନ୍ଧ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର

ବୁଗୁଡା,(ଅନିଲ କୁମାର ମହାରଣା) : ବୁଗୁଡା ବ୍ଲକ ଅନ୍ତର୍ଗତ ଗୋଳାବନ୍ଧ ଗ୍ରାମ ପଞ୍ଚାୟତର ବେତାରସିଂ ଗ୍ରାମରେ ଜାନୁଆରୀ ୨୦ ତାରିଖ ଦିନ “ଆମ ଓଡ଼ିଶା, ନବୀନ ଓଡିଶା” ଆନୁକୂଲ୍ୟରେ ବିଭିନ୍ନ ବିଭାଗ ପକ୍ଷରୁ ମିଳୁଥିବା ସୁବିଧା ସୁଯୋଗ ବିଷୟରେ ପଞ୍ଚାୟତ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ବୁଗୁଡା ବିଡ଼ିଓ ସନ୍ତୋଷ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଚେତନତା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲସରା ନିର୍ବାଚନ ମଣ୍ଡଳୀର ମାନ୍ୟବର ବିଧାୟକ ଶ୍ରୀକାନ୍ତ ସାହୁ ଯୋଗଦାନ ପୂର୍ବକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦଘାଟନ କରିଥିଲେ। ଏହାସହିତ ଗ୍ରାମର କିଛି ମହିଳାଙ୍କ ସମସ୍ୟା ଥିବା ବେଳେ ଅଭିଯୋଗ ପତ୍ର ଗ୍ରହଣ କରି ସମସ୍ୟା ଦୂରୀକରଣ କରିବା ପାଇଁ ବିଡ଼ିଓଙ୍କୁ ବିଧାୟକ ଶ୍ରୀ ସାହୁ ନିର୍ଦ୍ଦେଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଗଙ୍ଗାପାଣି ଜେନା, ସରପଞ୍ଚ ମଉନା ଜେନା, ସମିତି ସଭ୍ୟ ଜିତେନ୍ଦ୍ର ସ୍ବାଇଁ ଯୋଗଦେଇଥିଲେ। ବ୍ଲକ ବିପିଏମ ସଞ୍ଜୁ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଜିପିଓ ମନୋଜ କୁମାର ସାହୁ ପରିଚାଳନାରେ ସହଯୋଗ କରିଥିଲେ। ବିଡ଼ିଓ ଶ୍ରୀ ଜେନା ବିଭିନ୍ନ ବିଭାଗର ଯୋଜନା ବିଷୟରେ ଧାରଣା ପ୍ରଦାନ କରିଥିବା ବେଳେ ନବୀନ ସରକାରଙ୍କ ବିଭିନ୍ନ ଯୋଜନାର ସୁଯୋଗ ନେବାକୁ ପରାମର୍ଶ ଦେଇଥିଲେ। ବିଭିନ୍ନ ଲାଇନ ଡିପାର୍ଟମେଣ୍ଟ ପକ୍ଷରୁ ଷ୍ଟଲ ଖୋଲାଯାଇ ନିଜ ବିଭାଗର ଯୋଜନା ବିଷୟରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ପିଇଓ ରମେଶ ଚନ୍ଦ୍ର ପଟ୍ଟନାୟକ, ଜିଆରଏସ କୃଷ୍ଣ ଚନ୍ଦ୍ର ପରିଡା, ନାଏବ ସରପଞ୍ଚ ବିରୁପାକ୍ଷ ଭୂୟାଁ, ଟୁକୁନା ଜେନା, ଉମାଶଙ୍କର ଜେନା ଉପସ୍ଥିତ ରହି ସକ୍ରିୟ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ