ନେତାଜୀଙ୍କ ଜୟନ୍ତୀ ଓ ସିଭିଲ୍ ସୋସାଇଟିର ୧୧ଶ ସମ୍ମିଳନୀର ପ୍ରସ୍ତୁତି ବୈଠକ

ବାଲେଶ୍ୱର, (ସରୋଜ ପଣ୍ଡା):ଆସନ୍ତା ୨୮ ତାରିଖ ଦିନ ବାଲେଶ୍ୱର ସିଭିଲ୍ ସୋସାଇଟି ପକ୍ଷରୁ ବାର୍ଷିକ ସମ୍ମିଳନୀ ପାଇଁ ଶେଷ ପ୍ରସ୍ତୁତି ବୈଠକ ଓ ନେତାଜୀ ସୁବାସ ବୋଷଙ୍କ ଜୟନ୍ତୀ ସଭା ମଙ୍ଗଳବାର ଦିନ ପୂର୍ବାହ୍ନରେ ଉଠାଜଳ ସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । ସୋସାଇଟିର ସଭାପତି ଅନ୍ତର୍ଯ୍ୟାମୀ ପ୍ରଧାନ ବୈଠକରେ ଅଧ୍ୟକ୍ଷତା କରିଥିଲେ । ନେତାଜୀଙ୍କ ଫଟୋଚିତ୍ରରେ ଉପସ୍ଥିତମାନେ ପୁଷ୍ପ ପ୍ରଦାନ କରି ସ୍ୱାଧୀନତା ସଂଗ୍ରାମରେ ନେତାଜୀଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ସଂପର୍କରେ ଆଲୋଚନା କରିଥିଲେ । ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡାଙ୍କ ବିୟୋଗରେ ଏକମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା ।ସୋସାଇଟିର ଆସନ୍ତା ଏକାଦଶ ବାର୍ଷିକ ସମ୍ମିଳନୀର ପ୍ରତିନିଧି ଅଧିବେଶନ ଉଦ୍‌ଘାଟନ ଉତ୍ସବରେ ବାଲେଶ୍ୱର ଜିଲ୍ଲାପାଳ ଓ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଅତିଥି ଭାବେ ଏବଂ ଅପରାହ୍ନ ସାଧାରଣ ସଭାରେ ବରିଷ୍ଠ ସାମ୍ବାଦିକ ରବି ଦାସ ଓ ବରିଷ୍ଠ ଆଇନଜୀବୀ କୃଷ୍ଣଚନ୍ଦ୍ର ନାୟକ ଅତିଥି ଓ ବକ୍ତାଭାବେ ଯୋଗଦେବାକୁ ସହମତି ପ୍ରଦାନ କରିଥିବା ସଂପର୍କରେ ସଂପାଦକ ମନୋଜ ନାୟକ ବୈଠକରେ ଉପସ୍ଥିତମାନଙ୍କୁ ଅବଗତ କରାଇଥିଲେ । ସୋସାଇଟିର ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ କାର୍ଯ୍ୟସୂଚୀ ଓ ଖର୍ଚ୍ଚ ଅଟକଳ ଆଗତ କରିବା ପରେ ତାହା ଗୃହୀତ ହୋଇଥିଲା । ସମ୍ମିଳନୀର ପ୍ରତିନିଧି ଅଧିବେଶନରେ ଆସନ୍ତା ୩ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ କରାଯିବ । ଓ ବାଲେଶ୍ୱର ଜିଲ୍ଲାର ସାମୂହିକ ଜନସମସ୍ୟା ଉପରେ ଆଲୋଚନା ଓ ପ୍ରସ୍ତାବ ଗ୍ରହଣ କରାଯିବ । ସମାଜକୁ ବିଶିଷ୍ଟ ସେବା ପ୍ରଦାନ କରିଥିବା ବ୍ୟକ୍ତିମାନଙ୍କୁ ସୋସାଇଟି ପକ୍ଷରୁ ଅତିଥିମାନେ ସମ୍ବର୍ଦ୍ଧିତ କରିବେ । ବୈଠକରେ ସମ୍ମିଳନୀର ସଫଳତା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି । ଏହି ବୈଠକରେ ସର୍ବଶ୍ରୀ ବିପ୍ଳବ କୁମାର ମହାନ୍ତି, ଅରୁଣ ଜେନା, ନିରଞ୍ଜନ ପରିଡ଼ା, ଶରତ କୁମାର ମହାପାତ୍ର, ଉର୍ମିଳା ମାଝୀ, ଗଣେଶ୍ୱର ରାଉତ, ନନ୍ଦନ ପାଲ୍‌, ଇକବାଲ୍ ଖାନ୍‌, କବି ଅଭୟ ଦାସ, ଦାମୋଦର ନାୟକ, ଲକ୍ଷ୍ମୀନାରାୟଣ ଘୋଷ, ବରେନ୍ ପାତ୍ର, ନଗେନ୍ଦ୍ର ପାଢ଼ି, ସୁରେନ୍ଦ୍ର ପଣ୍ଡା, ଶରତ ଦଳାଇ, ସୁଦର୍ଶନ ଜେନା ଓ ସନ୍ତୋଷ ସାହୁ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଆସନ୍ତା ସମ୍ମିଳନୀର ସଫଳତା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ । ଶ୍ୟାମସୁନ୍ଦର ଜେନା ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ