ଚିକଲଖଣ୍ଡି ପଞ୍ଚାୟତରେ “ଆମ ଓଡିଶା ନବୀନ ଓଡିଶା” ସଚେତନତା କାର୍ଯ୍ୟକ୍ରମ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଛତ୍ରପୁର ବ୍ଲକ ଅନ୍ତର୍ଗତ ଚିକଲଖଣ୍ଡି ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା ପଞ୍ଚାୟତ ସ୍ତରୀୟ ସଚେତନତା କାର୍ଯ୍ୟକ୍ରମ 20ନଂ ଜିଲ୍ଲା ପରିଷଦ ସଭ୍ୟ ଏମ. ଧନଞ୍ଜୟ ରେଡ୍ଡୀ, ସରପଞ୍ଚ ଭଗବାନ ବେହେରା ଓ ଯୁବ ନେତା ଅଭିରାମ ପ୍ରଧାନ ଙ୍କ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ଦ୍ୱାରା ଲୋକେ କିଭଳି ସୁବିଧା ପାଇ ପାରୁଛନ୍ତି ସେ ବିଷୟରେ ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରିବା ସହିତ ପଂଚାୟତ ରେ ହୋଇଥିବା ବିଭିନ୍ନ ବିକାଶ ର ଏକ ପୁସ୍ତିକା କୁ ଉନ୍ମୋଚନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ମୁନା ଦାସ,ପୂର୍ବତନ ଜିଲ୍ଲାପରିଷଦ ସଭ୍ୟ ଏନ. ଦୁର୍ଯ୍ୟୋଧନ ରେଡ୍ଡୀ ଓ ମଥୁରା ଚରଣ ସୁବୁଦ୍ଧି, 19ନଂ ଜିଲ୍ଲା ପରିଷଦ ସଭ୍ୟା ରଶ୍ମିତା ନାହାକ, ଛତ୍ରପୁର ବ୍ଲକ ବିଜେଡି ସଭାପତି ପ୍ରବାସୀ ପ୍ରଧାନ, ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ,ଯୁବ ବିଜେଡି ଛତ୍ରପୁର ନିର୍ବାଚନ ମଣ୍ଡଳୀ ସଭାପତି ସନମୂଖ ପଟ୍ଟନାୟକ,ଛତ୍ରପୁର ବ୍ଲକ ଯୁବ ବିଜେଡି ସଭାପତି ସୁବାସ ଚନ୍ଦ୍ର ନାହାକ, ଉପସଭାପତି କାହ୍ଣୁ ଚରଣ ବେହେରା,ଛତ୍ରପୁର ଏନଏସି ଉପାଧ୍ୟାକ୍ଷ ଜି. ପାପା ରାଓ,10 ନଂ ୱାର୍ଡ କାଉନ ସିଲର ଦେବାଶିଷ ମିଶ୍ର, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଷ କୁମାର ବେହେରା, ଯୁବ ନେତା ସନ୍ତୋଷ ବେହେରା, ଟିକିନା ଗୌଡ଼, ଏସ. କାନ୍ତେୟା ରେଡ୍ଡୀ, କିଶୋର ବେହେରା ଓ ବି ଶଙ୍କର ରେଡ୍ଡୀ ଙ୍କ ସମେତ ବହୁ ପଂଚାୟତ ର ସରପଞ୍ଚ, ସମିତି ସଭ୍ୟ /ସଭ୍ୟା ଏବଂ ଜନପ୍ରତିନିଧି ଓ ମହିଳା ମାନେ ଯୋଗ ଦେଇଥିଲେ l ଏହି ଅବସର ରେ ବିଭିନ୍ନ ଲାଇନ ଡିପାଟମେଣ୍ଟ ର ଅଧିକାରୀ ମାନେ ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କ ରେ ଲୋକଙ୍କୁ ଅବଗତ କରାଇଥିଲେ, ଶେଷରେ କୁନି କୁନି ଛାତ୍ର ଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ