ଜାତୀୟ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ଙ୍କ ଭୁବନେଶ୍ୱର ଗ୍ରସ୍ତ କୁ ନେଇ ବାଲେଶ୍ୱର ଜିଲ୍ଲା କଂଗ୍ରେସ ର ପ୍ରସ୍ତୁତି ବୈଠକ
ବାଲେଶ୍ୱର, (ସରୋଜ ପଣ୍ଡା):ଜାତୀୟ କଂଗ୍ରେସ ର ରାଷ୍ଟ୍ରୀୟ ସଭାପତି ଶ୍ରୀଯୁକ୍ତ ମଲିକା ଅର୍ଜୁନ ଖଡ଼ଗେ ଙ୍କ ଓଡିଶା,ଭୁବନେଶ୍ୱର ଗ୍ରସ୍ତ କୁ ନେଇ ଜିଲ୍ଲା ସଭାପତି ସଞ୍ଜୀବ ଗିରି ଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇ ଯାଇ ଅଛି।ଜିଲ୍ଲାର ପୂର୍ବତ୍ତନ ବିଧାୟକ,ଗତ ନିର୍ବାଚନରେ ପ୍ରାର୍ଥୀ ହୋଇଥିବା ବିଧାୟକ ଓ ସାଂସଦ,ସବୁ ସାମୁଖ୍ୟର ମୁଖ୍ୟ,ବ୍ଲକ ଓ ଟାଉନ ସଭାପତି,ଓ ବରିଷ୍ଠ କଂଗ୍ରେସ ନେତୃତ୍ୱ ଙ୍କୁ ନେଇ ଏହି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଅଛି।ଏଥିରେ ଖଡଗେ ଙ୍କର ଆଗାମୀ ଓଡିଶା ଗ୍ରସ୍ଥ କୁ ନେଇ ବିଷଦ ଭାବେ ଆଲୋଚନା ହୋଇଥିଲା।ସର୍ବସମ୍ମତି କ୍ରମେ ବାଲେଶ୍ୱରରୁ ପାଖା ପାଖି ୫୦୦୦ ରୁ ଅଧିକ କଂଗ୍ରେସ କର୍ମୀ ଓ ନେତା ସେଦିନ ଖଡଗେ ଙ୍କ ସଭାରେ ଉପସ୍ଥିତ ରହିବା ପାଇଁ ନିଷ୍ପତ୍ତି ନିଆଯାଇ ଅଛି।ଏହି ୫୦୦୦ ରୁ ଅଧିକ ନେତା ଓ କର୍ମୀ କିଭଳି ଭୁବନେଶ୍ୱର ଯିବେ ଏବଂ କିଭଳି ସୁରୁଖୁର ଓ ସୁଙ୍ଖଳିତ ଭାବେ ଏହି କାର୍ଯ୍ୟକ୍ରମକୁ ସଫଳ କରିବେ ସେ ବିଷୟ ନେଇ ଆଲୋଚନା ହୋଇ ଥିଲା।ଏହି ପ୍ରସ୍ତୁତି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦିକା ମୋନଜା ମଞ୍ଜରୀ ଦେବୀ,ପୂର୍ବତ୍ତନ ବିଧାୟକ ଦେବୀ ଚାନ୍ଦ,ଜିଲ୍ଲା କଂଗ୍ରେସ ଉପସଭାପତି ଗୋପୀନାଥ ପାଢ଼ୀ,ଜିଲ୍ଲା କେକେସି,ଯୁବ,ଛାତ୍ର,ଓ କିଷାନ କଂଗ୍ରେସର ମୁଖ୍ୟ ଯଥାକ୍ରମେ ବିକାଶ କୁମାର ଦାସ,ରଞ୍ଜନ ଦାସ, ଗୌତମ ସାହୁ,ଜୟନ୍ତ ମହାପାତ୍ର,ବିଧାୟକ ପ୍ରାର୍ଥୀ ହୋଇଥିବା ବିଜନ ନାୟକ,ନୀଳଗିରି,ରେମୁଣା,ବାହାନଗା,ଜଳେଶ୍ବର ବ୍ଲକ ସଭାପତି ଯଥାକ୍ରମେ ମୋନରଞ୍ଜନ ପଣ୍ଡା,ତରୁଣ ଦାସ,ମଧୁସୂଦନ ମହାପାତ୍ର,ରାଜୀବ ପରିଡା,ସୋର ନେତା ସୁବ୍ରତ ଧଡ଼ା,ନୀଳଗିରି ଟାଉନ ସଭାପତି ଉପେନ୍ଦ୍ର ବେହେରା ,ରେମୁଣା ବ୍ଲକ ମହିଳା କଂଗ୍ରେସ ସଭାପତି କୁମୁଦୁନି ଦାସ,ଆରତୀ ଜେନା,କନେଇ ବେହେରା,କହ୍ନେଇ ପ୍ରଧାନ,ଲମ୍ବୁଧର ମୋହାନ୍ତି,ସୁରେଶ ଜେନା,ଜୀବନ ମହାପାତ୍ର,ରାହସ ମହାପାତ୍ର,ପ୍ରମୁଖ ଉପସ୍ଥିତ ଥିଲେ,ଶେଷରେ ଜିଲ୍ଲା ମୁଖପାତ୍ର ସୁଧାଂଶୁ ଜେନା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।


