ସ୍ୱାଧୀନତା ଦିବସ ପାଳିତ

ବାଲେଶ୍ୱର (ସରୋଜ ପଣ୍ଡା): ଶନିବାର ଦିନ ରାଣୀପାଟଣା ଦୃଷ୍ଟିହୀନ ଓ ମସ୍ତିଷ୍କ ପକ୍ଷାଘାତ ନିମନ୍ତେ ବିଦ୍ୟାଳୟରେ ୮୦ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଅଛି। ପ୍ରଥମେ ପ୍ରଭାତ ୬ଘଟିକା ସମୟରେ ଛାତ୍ରଛାତ୍ରୀ ଓ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ଅନୁଷ୍ଠାନର ନିର୍ଦ୍ଧେଶକ ଶ୍ରୀଯୁକ୍ତ ଦିବାକର ସ ଏହି ଶୋଭାଯାତ୍ରାଲକୁ ସବୁଜ ପତାକା ଦେଖାଇ ଉଦଘାଟନ କରିଥିଲେ। ସକାଳ ୮ଘଟିକା ସମୟରେ ବାଲେଶ୍ୱରର ଉପଜିଲ୍ଲାପାଳଶ୍ରୀଯୁକ୍ତ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲଭ୍ୟ ଆଇଏଏସ୍ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିବାସହ ସ୍ୱାଧୀନତା ଦିବସ ପାଳନ ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ତାଙ୍କ ଅଭିଭାଷଣରେ ଆଲୋକପାତ କରିଥିଲେ। ଅନୁଷ୍ଠାନର ନିର୍ଦ୍ଧେଶକ ସିଯୁକ୍ତ ସ ତାଙ୍କୁ ଧନ୍ୟବାଦ ଜଣାଇଥିଲେ। ପିଲାମାନଙ୍କୁ ମିଷ୍ଟାନ ବଣ୍ଟନ ସହ ବାଲେଶ୍ୱର ରୋଟାରି କ୍ଲବ ତରଫରୁ ମଧ୍ୟାନ୍ନ ଭୋଜନର ଆୟୋଜନ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ