ଫେବୃୟାରୀ ୨୯ରେ ତୃତୀୟ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ) : ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଆସନ୍ତା ଫେବୃଆରୀ ମାସ ୨୯ ତାରିଖରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନଠାରେ ‘ତୃତୀୟ ତୁଷାରଶ୍ରୀ ଯାତ୍ରା କଳାକାର ସମ୍ମାନ’ ଅନୁଷ୍ଠିତ ହେବ ବୋଲି ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ ଶନିବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଟ୍ରଷ୍ଟର ଉପଦେଷ୍ଟା ଶିବିର ପରିଡ଼ା, ପ୍ରଶାନ୍ତ ମହାନ୍ତି, ସୁନାକର ସିଂହ, ବୁଲନ ଦାସ, ରାଜା, କେଦାର ପଟ୍ଟନାୟକ, ଅଜିତ ସାହୁ, ଆଶିଷ ପଟ୍ଟନାୟକ, ବାବୁରାମ, ଅରବିନ୍ଦ ବାରିକ ପ୍ରମୁଖ ଉପସ୍ଥିତ ଥିଲେ । ସମ୍ପାଦକ ବିବେକାନନ୍ଦ ବାରିକ ସଭା ପରିଚାଳନା କରିଥିଲେ ।


