ଭାରତ ଯାତ୍ରା ଅଭିଯାନ ଉଦଘାଟିତ
ଓଡିଶା ଇଣ୍ଟରନ୍ୟାସନାଲ ସେଣ୍ଟର ପକ୍ଷରୁ ଆଜି ସ୍ଥାନୀୟ ଗାନ୍ଧୀ ପାର୍କ ଠାରେ ସମୃଦ୍ଧ ଭାରତ ଯାତ୍ରା ଅଭିଯାନ ଉଦଘାଟିତ ହୋଇଯାଇଛି । ଏମସ ହସପିଟାଲର ଡା ଅଶୋକ ମହାପାତ୍ର ଭାଷଣରେ କହିଛନ୍ତି ଯେ ନେତା ମାନଙ୍କର ପୂଜା ଜରୁରୀ ନୁହଁ ବର୍ତ୍ତମାନ ମାତୃଭୂମିର ପୂଜା ଜରୁରୀ ବୋଲି କହିଥିଲେ । ଦେଶ ସ୍ୱାଧିନତା ପରେ ଦେଶ ମାନଙ୍କୁ ସମସ୍ତ ପ୍ରଧାନମନ୍ତ୍ରୀ ଦେଶକୁ ରୁଣୀ କରିବାରେ ଲାଗିଛନ୍ତି ।ଆମ ଦେଶ ଧର୍ମ ଓ ସଂସ୍କୃତିକୁ ଜନସାଧାରଣ ସଚେତନ ହେଉଥିଲେ । କିନ୍ତୁ ବର୍ତ୍ତମାନ ଦେଶରେ ଲୁଣ୍ଠନ ଓ ସ୍ୱାର୍ଥ ପର ଲୋକମାନଙ୍କ ହାତରେ ଦେଶ ଚାଲିଛି ବୋଲି କହିଛନ୍ତି । ବିଭିନ୍ନ ବୁଦ୍ଧି ଜୀବି ଯୋଗ ଦେଇ ଭିନ୍ନ ଭିନ୍ନ ନିଜର ମତ ରଖିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାମୀ ଶଙ୍କରାନନ୍ଦ ଗିରି , ବାବା ରମେଶ ଦାସ , ଆୟକର କମିଶନର ଶରତ ଦାସ , ଉକ୍ରଳ ସାମ୍ବାଦିକ ସଂଘର ସଭାପତି ବିଭୂତି ଭୂଷଣ କର ବିଶିଷ୍ଟ ଶିକ୍ଷାବିତ କୁଳଦୀପ ରଥ , ଆଡଭୋକେଟ ବିନୟ ମହାପାତ୍ର ,ଶ୍ରୀମତୀ ସୁଚିସ୍ମିତା ପୃଷ୍ଟି , ଶୁଭଶ୍ରୀ ଦାସ , ଉପସ୍ଥିତ ରହି ନିଜର ମତ ପ୍ରଦାନ କରିଥିଲେ । ଭାବଗ୍ରାହୀ ଓ ଜୟ ପ୍ରକାଶ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।