ସିଟି ପବ୍ଲିକ ସ୍କୁଲର ୨ୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

ବ୍ରହ୍ମପୁର, (ଶ୍ରୀକାନ୍ତ କୁମାର ବେହେରା):ବ୍ରହ୍ମପୁର ଲାଞ୍ଜିପଲ୍ଲୀ କେଶବ ନଗର ୨ୟ ଲାଇନ୍ ଯାତ୍ରା ପଡ଼ିଆ ଠାରେ ଶନିବାର ସଂନ୍ଧ୍ୟାରେ ବ୍ରହ୍ମପୁର ସିଟି ପବ୍ଲିକ ସ୍କୁଲର ୨ୟ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଛି l ଆୟୋଜିତ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ରୁପେ ଜିଲ୍ଲା ଯୋଜନା ବୋର୍ଡ ସଦସ୍ୟା ଡାକ୍ତର ରମେଶ ଚନ୍ଦ୍ର ଚ୍ୟଉ ପଟ୍ଟନାୟକ ଯୋଗଦେଇଥିବା ବେଳେ ଗେଷ୍ଟ ଅଫ ହନର ରୁପେ ଏସ ଏମ୍ ଆଇ ଟି ସଭାପତି ଡକ୍ଟର ଭଗବାନ ଗନ୍ତାୟତ ରୂପେ ଯୋଗଦେଇଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ସ୍ଵର୍ଣ୍ଣ ଲତା ସାବତ, ବରିଷ୍ଟ ଆଇନଜୀବୀ ଜଗନ୍ନାଥ ସାବତ , ରାୟଗଡ଼ା ଜଗନ୍ନାଥପୁରର ସରକାରୀ ଶିକ୍ଷକ କେ. ଚିରଞ୍ଜିବୀ ଆଚାରି ଯୋଗଦେଇଥିଲେ l ଆସିଥିବା ଅତିଥି ବୃନ୍ଦ ସ୍କୁଲର ସଫଳତା ବଖାଣିବା ସହ ସ୍କୁଲର ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା ବିଦ୍ୟାର୍ଥି ମାନଙ୍କୁ ପୁରସ୍କାର ବିତରଣ କରିଥିଲେ l ପରିଶେଷରେ ସ୍କୁଲର କୁନି କୁନି ପିଲା ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ସ୍କୁଲର ସମସ୍ତ ଶିକ୍ଷକ କର୍ମଚାରୀ ଉପସ୍ଥିତ ରହି ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମକୁ ପରିଚାଳନରେ ସହଯୋଗ କରିଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ