ନାରୀ ଶକ୍ତି ସମ୍ବର୍ଦ୍ଧନା ସମାରୋହ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଛୁରିଅନା ପଞ୍ଚାୟତ ଠାରେ ମଦର ଅନୁଷ୍ଠାନ ପକ୍ଷରୁ ନାରୀ ଶକ୍ତି ସମ୍ବର୍ଦ୍ଧନା ସମାରୋହ ଆୟୋଜିତ ହୋଇଯାଇଛି । ବିଭିନ୍ନ କ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିଥିବା ପାଞ୍ଚ ଜଣ ମାଆ ମାନଙ୍କୁ ଏଥିରେ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମଦର ସ୍ୱେଚ୍ଛାସେବୀ ସଂଗଠର ସମ୍ପାଦିକା, ନୀଳକଇଁ ପତ୍ରିକାର ସମ୍ପାଦିକା, ବିଶିଷ୍ଟ ସମାଜସେବୀକା ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ ସମ୍ପାଦିକା ଶ୍ରୀମତୀ ସସ୍ମିତା ଦାସ ଯୋଗଦେଇ ପ୍ରତିକାତ୍ମ ଭାବରେ ଏକ ବୃକ୍ଷରୋପଣ କରି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବରେ ପରିବେଶବିତ ତଥା କବି ଶୋଭାକର ବେହେରା ଯୋଗଦେଇଥିଲେ। ଏହି ଉତ୍ସବରେ ଅସ୍ତରଙ୍ଗ ବ୍ଲକ ର ଉପକୂଳ ମହିଳା ମହାସଂଘ ର ସଭାନେତ୍ରୀ ବନ ପ୍ରିୟା ବାରିକ, ଛୁରିଅନା ମହିଳା ମହାସଂଘ ସଭାନେତ୍ରୀ ମଞ୍ଜୁଲତା ମଲ୍ଲିକ, ଏମ ବି କେ ଦ୍ରୌପଦୀ ବେହେରା, ସି ଆର ପି ରଶ୍ମିତା ନାୟକ ଏବଂ ଆଶା କର୍ମୀ ଚାରୂଲତା ବିଶ୍ୱାଳ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମଦର ସଙ୍ଗଠନ ର ପରିଚାଳନା ନିର୍ଦ୍ଦେଶକ ପ୍ରମୋଦ ଦାସଙ୍କ ସହ ଛୁରିଅନା ମହିଳାସଙ୍ଘର ସମସ୍ତ ସି ଆର ପି ଓ ଇ ସି ସଭ୍ୟା ମାନେ ଯୋଗଦେଇଥିଲେ । ମଦର ସଙ୍ଗଠନର ଜନସମ୍ପର୍କ ଅଧିକାରୀ ମିଲନ ପ୍ରଧାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ।


