ଦୁଇ ଦିନରେ ୩ ଟି ଟ୍ରଲର ଜବତ ୨୦ ଅଟକ

ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅସ୍ତରଙ୍ଗ ଉପକୂଳ ସମୁଦ୍ର ର ନିସିଦ୍ଧାଞ୍ଚଳ ଦେବୀ ମୁହାଁଣ ନିକଟରେ ଗତ ଦୁଇ ଦିନ ମଧ୍ୟରେ ବେଆଇନ ଭାବେ ମାଛ ମାରୁଥିବା ୩ ଟି ଟ୍ରଲର କୁ ବନ ବିଭାଗ ଜବତ କରି ମତ୍ସ୍ୟ ବିଭାଗ କୁ ହସ୍ତାନ୍ତର କରିଛି। ରବିବାର ଦିନ ଗଙ୍ଗାମାତା ଓ ଶ୍ରୀ ଗଣେଶ ନାମକ ଟ୍ରଲର କୁ ବନ ବିଭାଗ ଜବତ କରିଥିବାବେଳେ ଟ୍ରଲର ରେ ଥିବା ୧୨ ଜଣ ମତ୍ସ୍ୟଜୀବୀ ଙ୍କୁ ଅଟକ ରଖିଛି। ସେହିପରି ଆଜି ପରଂବ୍ରହ୍ମ- ୧ ନାମକ ଟ୍ରଲର ବେଆଇନ ଭାବେ କେଳୁଣୀ ମୁହାଁଣ ନିକଟରେ ମାଛ ମାରୁଥିବା ବେଳେ ବନ ବିଭାଗ ର ବନପାଳ ସବୀର କୁମାର ସାହୁ, ନିର୍ମଳ ଚନ୍ଦ୍ର ପାତ୍ର, ଶଶିକାନ୍ତ ସେଠୀ ଓ ପୋଲିସ୍ ଫୋର୍ସ, କଇଁଛ ସୁରକ୍ଷା କର୍ମୀ ମାନେ ତାକୁ ଜବତ କରିବା ସହ ଟ୍ରଲର ରେ ଥିବା ୮ ଜଣ ମତ୍ସ୍ୟଜୀବୀ ଙ୍କୁ ଅଟକ ରଖିଛନ୍ତି। ଜବତ ୩ ଟି ଟ୍ରଲର କୁ ଅସ୍ତରଙ୍ଗ ରେଞ୍ଜର ମୋନାଲିସା ମହାପାତ୍ର ଚନ୍ଦ୍ରଭାଗା ଠାରେ ମତ୍ସ୍ୟ ବିଭାଗ କୁ ହସ୍ତାନ୍ତର କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ