ପାଟପୁର ବିଜ୍ଞାନ ମହାବିଦ୍ୟାଳୟ ରେ ନୂଆ-ଓ ଛାତ୍ର ବୃତ୍ତି ଅନୁଦାନ ପତ୍ର ବିତରଣ ଉତ୍ସବ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ଓଡ଼ିଶା ସରକାରଙ୍କ ଅଧୀନ ରେ ଥିବା ଉଚ୍ଚ ଶିକ୍ଷା ବିଭାଗ ର ନିର୍ଦ୍ଦେଶ ଅନୁସାରେ ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ପାଟପୁର ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ମହାବିଦ୍ୟାଳୟ ରେ ଯୁକ୍ତ ତିନି ଛାତ୍ର ଛାତ୍ରୀ ଙ୍କୁ ଆଜି ମହା ସମାରୋହରେ ନୂଆ-ଓ ଛାତ୍ର ବୃତ୍ତି ଅନୁଦାନ ପତ୍ର ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଅଛି । ମହାବିଦ୍ୟାଳୟ ଅଧ୍ୟକ୍ଷା ଡ. ସୁଦେଷ୍ଣା ଚୌଧୁରୀ ଙ୍କ ତତ୍ତ୍ଵାବଧନ ରେ ଏହି କାର୍ଯ୍ୟକ୍ରମ ଟି ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବରେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ମିଶ୍ର ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଛାତ୍ର ବୃତ୍ତି ରେ ମହାପୁରୁଷ ଙ୍କ ଜୀବନୀ ପୁସ୍ତକ ପଠନ କରି, ସେମାନଙ୍କ ଜୀବନ କୁ ଆଦର୍ଶ ଭାବେ ଅନୁପାଳନ କରିବା କୁ ଅନୁପ୍ରାଣିତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସମ୍ମାନୀତ ଅତିଥି ଭାବେ ସାନଖେମୁଣ୍ଡି ତହସିଲଦାର ଶ୍ରୀ ରାମଚନ୍ଦ୍ର ପଟ୍ଟନାୟକ, ସାନଖେମୁଣ୍ଡି ଥାନା ଅଧିକାରୀ ଅଜୟ କୁମାର ସ୍ଵାଇଁ ଏବଂ ମହାବିଦ୍ୟାଳୟ ପରିଚାଳନା ସମିତି ର ସଭାପତି ଡ. ପ୍ରଦୀପ କୁମାର ବ୍ରହ୍ମା ସେମାନଙ୍କ ବକ୍ତବ୍ୟ ରେ ପ୍ରବାଦ ପୁରୁଷ ଶ୍ରୀ ବିଜୁ ପଟ୍ଟନାୟକ ଙ୍କ ଅତୁଳନୀୟ ଅବଦାନ ଏବଂ ବୃତ୍ତି ର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ଏହି ବୃତ୍ତିରାଶିର ବିନିଯୋଗ ଦ୍ୱାରା ଉଚ୍ଚଶିକ୍ଷା ଲାଭ କରି ଛାତ୍ର ଛାତ୍ରୀ ନୂଆ ଓଡ଼ିଶା ଗଠନରେ ଏକ ମହତ୍ଵପୂର୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ଅଭିବ୍ୟକ୍ତି ଦେଇଥିଲେ । କଲେଜ କର୍ମଚାରୀ ସମ୍ପାଦକ ଅଧ୍ୟାପକ ଡ. କୈଳାଶ ଚନ୍ଦ୍ର ସ୍ଵାଇଁ ଶିକ୍ଷାର୍ଥୀ ଙ୍କୁ ଆଜି ର ସମାଜ ରେ ଅର୍ଥ, ସମୟ ଏବଂ ଜ୍ଞାନ ର ସଦୁପଯୋଗ ର ଆବଶ୍ୟକତା ଓ ଉପାଦେୟତା ସମ୍ପର୍କ ରେ ନିଜ ବକ୍ତବ୍ୟ ରଖିଥିଲେ। ଏହା ସହ “ନୂଆ-ଓ” ଛାତ୍ରବୃତ୍ତି ପ୍ରଦାନ କରାଯାଇ ଥିବା ପାଈଁ ଉଚ୍ଚଶିକ୍ଷା ବିଭାଗ ଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ । ଓଡ଼ିଶା ସରକାର ନୋଡାଲ ଅଧିକାରୀ ତ୍ରିଲୋଚନ ଦାସ କାର୍ଯ୍ୟକ୍ରମ ସଂଯୋଜନା କରି ଥିବା ବେଳେ ଛାତ୍ର ସଦସ୍ୟ ବିଦେଶୀ ରେଡ୍ଡୀ, ବାଦଲ ନାହାକ, ଚନ୍ଦନ ସ୍ଵାଇଁ ଏବଂ ସମସ୍ତ କର୍ମଚାରୀ ପରିଚାଳନା ରେ ପ୍ରମୁଖ ସହଯୋଗ କରିଥିଲେ। ଏହି ବିତରଣ ଉତ୍ସବ ରେ କଲେଜ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମକର୍ତ୍ତା ଓ ଛାତ୍ର, ଛାତ୍ରୀ ଉପସ୍ଥିତ ରହିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ