ମାଟ୍ରିକ ଖାତା ମୂଲ୍ୟାୟନ ବର୍ଜନ କରିବେ ମାଧ୍ୟମିକ ଏନ୍‌ପିଏସ୍ ଶିକ୍ଷକ ସଂଘ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):ଚଳିତବର୍ଷ ମାର୍ଚ୍ଚ ୧୫ ତାରିଖରୁ ଦଶମ ଶ୍ରେଣୀ ଖାତା ମୂଲ୍ୟାୟନ ପାଇଁ ବୋର୍ଡ ତରଫରୁ ନିର୍ଦ୍ଦେଶନାମା ବାହାର କରାଯାଇଥିବା ବେଳେ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟ କରୁଥିବା ୨୦୦୪ ରୁ ୨୦୧୪ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କ କ୍ଷେତ୍ରରେ ଖାତା ମୂଲ୍ୟାୟନ କରିବା ପାଇଁ ଆନ୍ତରିକତା ଇଚ୍ଛା ପ୍ରକାଶ କରୁନାହାଁନ୍ତି । କାରଣ ମୁଖ୍ୟମନ୍ତ୍ରୀ ତାଙ୍କ ଜନ୍ମଦିନରେ ଠିକା ଚୁକ୍ତି ପ୍ରଥା ଉଚ୍ଛେଦ କରିଥିଲେ ଓ ୨୦୧୩ ନିୟମାନୁସାରେ ୬ଗୋଟି ନୋସନାଲ ଇନକ୍ରିମେଣ୍ଟ ସହିତ ୬ବର୍ଷ ଚୁକ୍ତି ଅବଧିକୁ ମୂଳ ଚାକିରୀରେ ଗଣନା କରିବା ପାଇଁ ନିର୍ଦ୍ଦେଶନାମା ପ୍ରକାଶ କରିଥିଲେ । ଯାହାର ଫଳସ୍ୱରୂପ ୨୦୦୪ ରୁ ୨୦୧୪ ମସିହା ମଧ୍ୟରେ ଠିକା ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଏଥିରୁ ବଞ୍ôଚତ ହୋଇଛନ୍ତି । ସରକାରଙ୍କ ଆର୍ôଥକ ସ୍ଥିତି ଦୁର୍ବଳ ଥିବା ବେଳେ ଟ୨୫୦୦/୪୦୦୦/୯୩୦୦/୧୩୫୦୦ ବେତନରେ ଶିକ୍ଷକ/ଶିକ୍ଷୟତ୍ରୀମାନେ କାର୍ଯ୍ୟ କରିଥିଲେ । କିନ୍ତୁ ସରକାରଙ୍କ ସ୍ଥିତି ସ୍ୱଚ୍ଛଳ ଥିବାବେଳେ ସରକାର ୨୦୦୪ ରୁ ୨୦୧୪ ମଧ୍ୟରେ କାର୍ଯ୍ୟ କରୁଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କ ପ୍ରତି ଅଣଦେଖା କରିଛନ୍ତି । ଫଳସ୍ୱରୂପ ୨୦୦୯ ରୁ ୨୦୧୪ ମସିହା ମଧ୍ୟରେ ନିଯୁକ୍ତି ପାଇଥିବା ସମସ୍ତ ଚୁକ୍ତିଭିତ୍ତିକ ଶିକ୍ଷକ/ଶିକ୍ଷୟତ୍ରୀଙ୍କ ବେତନ ୨୦୧୬ରେ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟିତ୍ରୀୀମାନଙ୍କ ବେତନ ସହ ସମାନ ହୋଇଯାଇଛି ଯାହା ଆଦୈା ଗ୍ରହଣୀୟ ନୁହେଁ । ଏତଦ୍‌ବ୍ୟତୀତ ସରକାର ଏବେ ଏଲିମେଣ୍ଟାରୀ ଶିକ୍ଷକମାନଙ୍କର କ୍ୟାଡର୍‌ରେ ରିଷ୍ଟ୍ରକ୍‌ଚର ଆଣିଥିବା ବେଳେ ମାଧ୍ୟମିକ ଶିକ୍ଷକମାନଙ୍କ କ୍ୟାଡରକୁ ସମ୍ପୂର୍ଣ୍ଣ ଭୁଲିଗଲେ । ବର୍ତ୍ତମାନ ସରକାର ସମସ୍ତ ବର୍ଗର କର୍ମଚାରୀଙ୍କ କଥା ବିଚାର ବିମର୍ଶ କରୁଥିବା ବେଳେ ଏହି ବର୍ଗର ଶିକ୍ଷକମାନଙ୍କ କଥାକୁ ଅଣଦେଖା କରୁଛନ୍ତି । ୨୦୦୪ ରୁ ୨୦୧୪ ମଧ୍ୟରେ ନିଯୁକ୍ତି ପାଇଥିବା ଶିକ୍ଷକ/ଶିକ୍ଷୟତ୍ରୀଙ୍କ କ୍ଷେତ୍ରରେ ୬ଗୋଟି ନୋସନାଲ ଇନ୍‌କ୍ରିମେଣ୍ଟ ଓ ୬ବର୍ଷ ଅବଧିକୁ ମୂଳ ଚାକିରୀ ସହିତ ଯୋଗ କରିବା ସହ ମାଧ୍ୟମିକ ଶିକ୍ଷକ କ୍ୟାଡର ରିଷ୍ଟ୍ରକ୍‌ଚର କିଭଳି ହୋଇପାରିବ ସେଥିପ୍ରତି ଆବଶ୍ୟକ ପଦ୍‌କ୍ଷେପ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ୫-ଟି ତଥା ମୋ ଓଡିଶା ଓ ନବୀନ ଓଡିଶାର ଅଧ୍ୟକ୍ଷ ଭି.କେ. ପାଣ୍ଡିଆନଙ୍କୁ ସଂଘ ପକ୍ଷରୁ ନିବେଦନ କରାଯାଇଛି । ସଂଘର ଏହି ନାର୍ଯ୍ୟ ଦାବିକୁ ଗ୍ରହଣ କରି ଆବଶ୍ୟକ ନିର୍ଦ୍ଦେଶନାମା ପ୍ରକାଶ କରିବାକୁ କେନ୍ଦ୍ରାପଡା ଜିଲ୍ଲା ଏନ୍‌ପିଏସ୍ ଶିକ୍ଷକ ସଂଘର ଶିକ୍ଷକ ନେତା ମହେଶ୍ୱର ସାହୁ, ଗଜେନ୍ଦ୍ର ପ୍ରସାଦ ସେଠୀ, ରବିନ୍ଦ୍ର କୁମାର ସ୍ୱାଇଁ, ଶିବପ୍ରସାଦ ସାହୁ, ମାନସ ରଞ୍ଜନ ମିଶ୍ର, ମଧୁସ୍ମିତା ଲେଙ୍କା, ପ୍ରଶାନ୍ତ କୁମାର ଦାଶ, ରଘୁନାଥ ଦାଶ ପ୍ରମୁଖ ନିବେଦନ କରିଛନ୍ତି । ଯଦି ସଙ୍ଘର ଦାବିକୁ ସରକାର ପୁରଣ ନକରନ୍ତି ତେବେ ଆଗାମୀ ଦିନରେ ସଙ୍ଘ ପକ୍ଷରୁ ମାଟ୍ରିକ ପରୀକ୍ଷା ଖାତା ମୂଲ୍ୟାୟନ ବର୍ଜ୍ଜନ କରାଯିବାଉ ସହ ସମସ୍ତ ସରକାରୀ କାର୍ଯ୍ୟକୁ ବର୍ଜ୍ଜନ କରାଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ