ସତ୍ୟ ଖବର ଗଣମାଧ୍ୟମର ପ୍ରମୁଖ ଅସ୍ତ୍ର ହେଉ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ପାକ୍ଷିକ ସମ୍ବାଦପତ୍ର ଅରଭାନୀ ସମୟ ସ୍ଥାନୀୟ ବୁଦ୍ଧ ମନ୍ଦିର ପରିସରରେ ଉନ୍ମୋଚିତ ହୋଇଯାଇଛି । ମଞ୍ଜୁଳା ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥିଭାବେ ପ୍ରାକ୍ତନ ମନ୍ତ୍ରୀ ପଂଚାନନ କାନୁନଗୋ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ, ସମ୍ମାନୀତ ଅତିଥିଭାବେ ବିଶିଷ୍ଟ ସମାଜସେବୀ ମନୋରଞ୍ଜନ ମହାନ୍ତି, ସାହିତ୍ୟିକା ଇନ୍ଦିରା ମିଶ୍ର ଯୋଗ ଦେଇ ବର୍ତମାନ ସମୟରେ ଗଣମାଧ୍ୟମ ବହୁ କଂଟକିତ ପଥ ଦେଇ ଗତି କରିବା ସହ ତାର ଉତରଦାୟିତ୍ୱ ବହୁ ଗୁଣରେ ବୃଦ୍ଧି ପାଇଛି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଶିକ୍ଷା କ୍ଷେତ୍ରରେ ଗଣମାଧ୍ୟମର ଭୂମିକା ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ସାହିତ୍ୟିକା ସରୋଜିନୀ ମିଶ୍ର, ନୃତ୍ୟଶିଳ୍ପୀ, ଗବେଷିକା ଦିବ୍ୟସ୍ୱରୂପା ମହାନ୍ତି, ଜୟଶ୍ରୀ ଜେନା, ବିଦୁଲତା ସ୍ୱାଇଁ, ଶୁଭଶ୍ରୀ ସିଂ, ଜ୍ୟୋସ୍ନା ପଣ୍ଡା, ସଂଯୁକ୍ତା ସ୍ୱାଇଁ ପ୍ରମୁଖଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସରକାରୀ ଅଧିକାରୀମାନେ ନିଜ ନିଜସ୍ତରରେ ସ୍ୱଚ୍ଛତା ରଖିବା ନିହାତି ଆବଶ୍ୟକ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସମ୍ପାଦକ ରମେଶ କୁମାର ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସାମ୍ବାଦିକ ଅରବିନ୍ଦ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମକୁ ନାରାୟଣ ଖୁଂଟିଆ ଓ ସାମ୍ବାଦିକା ରୀନା ମହାନ୍ତି ପରିଚାଳନା କରିଥିଲେ ।


