ପଞ୍ଚାୟତ ୱାର୍ଡ଼ ମେମ୍ବରମାନଙ୍କୁ ପାରିତୋଷିକ ଦାବିକାରୀ ଧାରଣା

ବୁଗୁଡା, (ଅନିଲ କୁମାର ମହାରଣା):ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମାଣିତରା ଗ୍ରାମ ପଞ୍ଚାୟତର ୱାର୍ଡ଼ ମେମ୍ବର ବୃନ୍ଦ ସେମାନଙ୍କୁ ପାରିତୋଷିକ ପ୍ରଦାନ ପାଇଁ ଦାବିକାରୀ ପଞ୍ଚାୟତ ଅଫିସ ସମ୍ମୁଖରେ ମାର୍ଚ୍ଚ ୧୪ ତାରିଖ ଦିନ ଧାରଣା ଦେଇ ଆନ୍ଦୋଳନ କରିଥିବା ଜଣାପଡିଛି। ପଞ୍ଚାୟତର ସରପଞ୍ଚଙ୍କୁ ଦଶ ହଜାର ଟଙ୍କା ପାରିତୋଷିକ ଓ ନାଏବ ସରପଞ୍ଚଙ୍କୁ ଚାରି ହଜାର ଟଙ୍କା ପାରିତୋଷିକ ପ୍ରଦାନ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଥିବା ବେଳେ ୱାର୍ଡ଼ ମେମ୍ବରମାନଙ୍କୁ ପାରିତୋଷିକ ପ୍ରଦାନରୁ ବାଦ ଦିଆଯାଇଛି। ୱାର୍ଡ଼ ମେମ୍ବରମାନଙ୍କୁ ପାରିତୋଷିକ ପ୍ରଦାନ ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମାଣିତରା ପଞ୍ଚାୟତର ୱାର୍ଡ଼ ମେମ୍ବର ଅନିଲ କୁମାର ବେହେରା, ଜଗନ୍ନାଥ ଖଟୁଆ ଓ ରଶ୍ମିତା ରଣାଙ୍କ ନେତୃତ୍ୱରେ ସମସ୍ତ ୱାର୍ଡ଼ ମେମ୍ବର ବୃନ୍ଦ ଧାରଣା ଦେବାସହ ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର ପଞ୍ଚାୟତରାଜ ମନ୍ତ୍ରୀ ଓ ଫାଇଭି ଟି ଅଧ୍ୟକ୍ଷଙ୍କୁ ଦାବିପତ୍ର ଦେବେବୋଲି ପ୍ରକାଶ କରିଛନ୍ତି। ଏଥିସହ ରାଜ୍ୟର ଅନ୍ୟ ସମସ୍ତ ପଞ୍ଚାୟତର ୱାର୍ଡ଼ ମେମ୍ବର ବୃନ୍ଦ ସେମାନଙ୍କୁ ପାରିତୋଷିକ ପ୍ରଦାନ ପାଇଁ ଦାବିପତ୍ର ଦେବାକୁ ଚେଷ୍ଟା କରିବେ ବୋଲି ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ