ଓଡ଼ିଶାରେ ଟିଭିଏସ୍ ଆଇକ୍ୟୁବ୍‌ର ଅଭିବୃଦ୍ଧି ଅବ୍ୟାହତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ଅଗ୍ରଣୀ ବିଶ୍ୱ ସ୍ତରୀୟ ଦୁଇଚକିଆ ଓ ତିନିଚକିଆ ଯାନ ନିର୍ମାତା ଟିଭିଏସ୍ ମୋଟର କମ୍ପାନି ପକ୍ଷରୁଟିଭିଏସ୍ ଆଇକ୍ୟୁବ୍ ସିରିଜ୍‌ରେ ସମଗ୍ର ଓଡ଼ିଶାରେ ୭୦୦୦ରୁ ଅଧିକ ଗାଡ଼ି ବିକ୍ରି ଘୋଷଣା କରାଯାଇଛି । ସମଗ୍ର ଭାରତରେ ୨.୫ ଲକ୍ଷରୁ ଅଧିକ ଟିଭିଏସ୍ ଆଇକ୍ୟୁବ୍ ବିକ୍ରି ହୋଇଛି ।
ଏହି ଇଲେକ୍ଟ୍ରିକ୍ ବିପ୍ଳବକୁ ଆଗେଇ ନେଇ ଟିଭିଏସ୍ ମୋଟର କମ୍ପାନି ଆହୁରି ଘୋଷଣା କରିଛି ଯେ ଫେମ୍‌-୨ ସବସିଡି ବ୍ୟତୀତ ଓଡ଼ିଶାର ପ୍ରମୁଖ ସହରରେ ଟିଭିଏସ୍ ଆଇକ୍ୟୁବ ଇଲେକ୍ଟ୍ରିକ୍ ସ୍କୁଟର କିଣିଲେ ଗ୍ରାହକମାନେ ୧୦,୧୯୯ ଟଙ୍କା ପର୍ଯ୍ୟନ୍ତ ଲାଭ ପାଇପାରିବେ । ଟିଭିଏସ୍ ଆଇକ୍ୟୁବ୍ ରେଞ୍ଜର ସ୍କୁଟରର ମୂଲ୍ୟ ୧,୧୮,୦୭୩ ଟଙ୍କାରୁ ଆରମ୍ଭ ହେଉଛି ।ଟିଭିଏସ୍ ଆଇକ୍ୟୁବ୍ ଏହାର ଉନ୍ନତ ବୈଶିଷ୍ଟ ସହ ସହରାଚଂଳ ଯାତ୍ରୀମାନଙ୍କ ପାଇଁ ପ୍ରସ୍ତୁତକରାଯାଇଛି । ୩.୪ କିଲୋୱାଟ୍ ବ୍ୟାଟେରିରେ ସଜ୍ଜିତ ଏବଂ ୧୦୦ କିଲୋମିଟରର ବାସ୍ତବ ରେଞ୍ଜ ବିଶିଷ୍ଟ ଟିଭିଏସ୍ ଆଇକ୍ୟୁବ୍ ଏକ ନିରବଚ୍ଛିନ୍ନ ଏବଂ ଭରସାଯୋଗ୍ୟ ଯାତାୟାତ ଅନୁଭୂତି ସୁନିଶ୍ଚିତ କରୁଛି । ଏହାର ବିଶାଳ ୩୧ ଲିଟର ଅଣ୍ଡର ସିଟ୍ ଷ୍ଟୋରେଜ୍ ଅତ୍ୟାବଶ୍ୟକ ସାମଗ୍ରୀ ସଂରକ୍ଷଣ ପାଇଁ ପର୍ଯ୍ୟାପ୍ତ ସ୍ଥାନ ପ୍ରଦାନ କରୁଥିବା ବେଳେ ବଡ଼ ଫୁଟ୍ ବୋର୍ଡ ଏବଂ ଚଉଡା ସିଟ୍ ଭଳି ବୈଶିଷ୍ଟ୍ୟ ଏହାକୁ ପରିବର୍ତନ ଏବଂ ଚଲାଇବା ପାଇଁ ସବୁଠାରୁ ସହଜ ସ୍କୁଟରରେ ପରିଣତ କରିଛି ।ଏହାବ୍ୟତୀତ କିଲୋମିଟର ପିଛା ୩୦ ପଇସାର ସୁପର ସର୍ବନିମ୍ନ ଖର୍ଚ୍ଚ ହେତୁ ଗ୍ରାହକମାନେ ତିନି ବର୍ଷ ମଧ୍ୟରେ ୧.୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସଂଚୟ କରିପାରିବେ । ୭ ଇଂଚ୍ ଟିଏଫ୍‌ଟି ସ୍କ୍ରିନ୍ ଏବଂ କ୍ଲିନ୍ ୟୁଆଇ, ଭଏସ୍ ଆସିଷ୍ଟ ୍ ଏବଂ ଟିଭିଏସ୍ ଆଇକ୍ୟୁବ ଆଲେକ୍ସା ସ୍କିଲସେଟ୍‌, ସହଜ ମ୍ୟୁଜିକ୍ ପ୍ଲେୟାର କଂଟ୍ରୋଲ, ଓଟିଏ ଅପ୍‌ଡେ୍‌ଟ୍‌, ଚାର୍ଜର୍ ସହିତ ପ୍ଲଗ୍‌-ଆଣ୍ଡ-ପ୍ଲେ କ୍ୟାରି ସହିତ ଫାଷ୍ଟ ଚାର୍ଜିଂ, ରିଭର୍ସ ପାର୍କିଂ ସହାୟତା, ଯାନ ଟ୍ରାକିଂ, ଯାନ ସ୍ୱାସ୍ଥ୍ୟ ଏବଂ ନିରାପତା ନୋଟିଫିକେସନ ସମେତ ୧୧୮ରୁ ଅଧିକ ସଂଯୋଜିତ ବୈଶିଷ୍ଟ୍ୟ ସହ ଟିଭିଏସ୍ ଆଇକ୍ୟୁବ୍ ସ୍ମାର୍ଟ ଏବଂ ସହଜ ସହରାଚଂଳଗମନାଗମନ ପାଇଁ ନୂତନ ମାନଦଣ୍ଡ ଧାର୍ଯ୍ୟ କରିଛି ।ଅଢ଼େଇ ଲକ୍ଷରୁ ଅଧିକ ଗ୍ରାହକ ଟିଭିଏସ୍ ଆଇକ୍ୟୁବ ଇଲେକ୍ଟ୍ରିକକୁ ଗ୍ରହଣ କରିଛନ୍ତି ଯାହା ଇଭି ପ୍ରତି ଜାତୀୟ ପରିବର୍ତନକୁ ପ୍ରତିଫଳିତ କରୁଛି । ଏହି ରୋମାଂଚକର ଇଭି ଯାତ୍ରା ଦିଗରେ ଟିଭିଏସ୍ ମୋଟର କମ୍ପାନୀ ତିନିଟି ମୌଳିକ ନୀତି ଦ୍ୱାରା ପ୍ରେରିତ । ତାହା ହେଉଛି ଗ୍ରାହକମାନଙ୍କୁ ରେଞ୍ଜ, ସଂଯୋଜିତ କ୍ଷମତା ଏବଂ ରଙ୍ଗ ପାଇଁ ପସନ୍ଦର ଶକ୍ତି ପ୍ରଦାନ କରିବା । ଅତ୍ୟାଧୁନିକ ନିୟମ ଏବଂ ସାମଗ୍ରିକ କ୍ରୟ ଅଭିଜ୍ଞତାକୁ ପାଳନ କରି ଯାନ ସୁରକ୍ଷାକୁ ନେଇ ସମ୍ପୂର୍ଣ୍ଣ ମାନସିକ ଶାନ୍ତି ପ୍ରଦାନ କରିବାର ଏହା ପ୍ରତିଶ୍ରୁତି ଦେଉଛି । ଟିଭିଏସ୍ ଆଇକ୍ୟୁବର ପରିଚାଳନା ବେଶ ସହଜ ଏବଂ ଏଥିରେ କୌଣସି ଅସୁବିଧା ନାହିଁ । ବର୍ତମାନ ଏହି ସ୍କୁଟର ଭାରତର ୩୪୮ଟି ସହର ଏବଂ ୬୧୨ଟି ଡିଲରସିପ୍‌ରେ ଉପଲବ୍ଧ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ