ରାଜନଗର ବିଜେଡି ପ୍ରାର୍ଥୀଙ୍କୁ ବିରୋଧ କରି ଶୋଭାଯାତ୍ରା

ରାଜନଗର : ରାଜନଗର ନିର୍ବାଚନ ମଣ୍ଡଳୀରେ ବିଜୁ ଜନତାଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ହେବା ପରେ ଦଳରେ ଗୋଷ୍ଠୀକନ୍ଦଳ ତେଜିବାରେ ଲାଗିଛି । ଜିଲ୍ଲା ସଭାପତି ଧୃବ ସାହୁଙ୍କ ଉପରେ ଦଳ ଆସ୍ଥା ରଖି ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛି । ଏହାକୁ ବିରୋଧ କରି ଟିକେଟ ଆଶାୟୀ ଥିବା ବିଜେଡି ନେତାମାନଙ୍କ ସମର୍ଥକମାନେ ରାଜନଗରରେ ପ୍ରାର୍ଥୀ ପରିବର୍ତନ କରିବାକୁ ଦାବୀ କରି ପଟ୍ଟାମୁଣ୍ଡାଇରୁ ରାଜନଗର ପର୍ଯ୍ୟନ୍ତ ବିଶାଳ ବାଇକ୍ ଶୋଭାଯାତ୍ରା କରିଥିଲେ । ଏହି ଶୋଭାଯାତ୍ରାରେ ମାଧବାନନ୍ଦ ରାଉତ, କୈ÷ଳାସଚନ୍ଦ୍ର ମହାନ୍ତି, ବୈ÷ବର୍ତନାରାୟଣ ବିଶ୍ୱାଳ, ଭରତ ରାଉତ, ନିରାକାର ସ୍ୱାଇଁ, ପ୍ରଭାତ ପ୍ରଧାନ, ସୁକାନ୍ତ ଦାସ, ମନୋଜ ରାଉତରାୟ, ନଗେନ୍ଦ୍ର ପାତ୍ର, ମୁକେଶ ପାତ୍ର, ଦିଲ୍ଲୀପ ଲେଙ୍କା, ଉମେଶ ରାଉତ, ଚିତରଂଜନ ପାତ୍ର, ବିଭୁତିଭୂଷଣ ପାତ୍ର, ଦିଲ୍ଲୀପ ପାତ୍ର, ମଦନ ରାଉତ, ଅର୍ଜୁନ ରାଉତ, ନବକିଶୋର ରାଉତ, ସଂଜୟ ଦାସ, ଶୁଶାନ୍ତ ପାତ୍ର, ଶୁଶାନ୍ତ ସେଠୀ, ତପନ ପଣ୍ଡା, ଶିବପ୍ରସାଦ ପାତ୍ର, ପ୍ରବୋଧ ଖଣ୍ଡାଇଙ୍କ ସହ ଶତାଧିକ ବିଜେଡି କର୍ମୀ ସାମିଲ ହୋଇଥିଲେ । ଆଇଆଇସି ତପନକୁମାର ନାୟକଙ୍କ ନେତୃତ୍ୱରେ ପୋଲିସ ଟିମ୍ ପହଂଚି ସାନବଡଗୋପାଳପୁର ତେଲଟାଙ୍କି ନିକଟରୁ ଶୋଭାଯାତ୍ରାକୁ ଅଟକାଇ ଥିଲା । ସେମାନଙ୍କୁ ବୁଝାସୁଝା କରିବା ପରେ ଶୋଭାଯାତ୍ରା ଆଗକୁ ନବଢି ଫେରିଯାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ