ସାହିତ୍ୟର ଅଭିବୃଦ୍ଧି ରେ ଗ୍ରାମାଞ୍ଚଳର ସାହିତ୍ୟ ଅନୁଷ୍ଠାନ ର ଭୂମିକା ଗୁରୁତ୍ୱପୂର୍ଣ୍ଣ

ହାଟଡ଼ିହି, (ବିକାଶ ବିଶ୍ୱାଳ):ସାହିତ୍ୟର ଅଭିବୃଦ୍ଧି ରେ ଗ୍ରାମାଞ୍ଚଳର ସାହିତ୍ୟ ଅନୁଷ୍ଠାନ ଗୁଡିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ସାଇ ଚେତନା ସାହିତ୍ୟ ସଂସଦର ୧୧ତମ ବାର୍ଷିକ ଉତ୍ସବ ରେ ଅତିଥି ମାନେ ମତପ୍ରକାଶ କରିଛନ୍ତି। ସ ଢା ଗ୍ରାମର ନାଗାତୋଟା ଆମ୍ରକୁଞ୍ଜରେ ଅନୁଷ୍ଠିତ ଏହି ବର୍ଣ୍ଣାଢ୍ୟ ଉତ୍ସବରେ ସଂସଦ ର ସଭାପତି କୀର୍ତ୍ତନ ବିହାରୀ ନାୟକ ସଭାପତିତ୍ୱ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଇଂ ଅଭୟ ସୁତାର, ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ଓଡ଼ିଆ ପ୍ରାଧ୍ୟାପକ କୃଷ୍ଣଚନ୍ଦ୍ର ସ୍ୱାଇଁ, ସ୍ୱତନ୍ତ୍ର ବକ୍ତା ଭାବେ ଯୁବ କବି ଡକ୍ଟର ଅଶୋକ ପୁହାଣ ଓ ସମ୍ମାନୀତ ଅତିଥି ଭାବେ ସାହିତ୍ୟିକ ରତ୍ନାକର ଦାସ ଯୋଗଦେଇ ସାହିତ୍ୟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସଂସଦର ମୁଖପତ୍ର ‘ସମ୍ଭାବନା’ ଜଗନ୍ନାଥ ପାତ୍ରଙ୍କ ‘ଜାରଜ’ କୁ ଅତିଥି ମାନେ ଲୋକାର୍ପଣ କରିଥିଲେ। ସାହିତ୍ୟିକ ଜଗନ୍ନାଥ ପାତ୍ର, ରତ୍ନାକର ଦାସ, ଅମୂଲ୍ୟ କୁମାର ମିଶ୍ର, ଅରୁଣ କୁମାର ଜେନା, ଦାଶରଥି ଜେନାଙ୍କୁ ସେମାନଙ୍କ ସାହିତ୍ୟ ପ୍ରତି ଥିବା ଅବଦାନ ପାଇଁ ମାନପତ୍ର ଓ ଉତ୍ତରୀୟ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ରାଥମିକ ପର୍ଯ୍ୟାୟରେ ସହସମ୍ପାଦକ କବି ନାରାୟଣ ଲେଙ୍କା, ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ ଚତୁର୍ଭୁଜ ପହି ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ବରିଷ୍ଠ ସାହିତ୍ୟିକ ରତ୍ନାକର ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। କବି ଭାଗବତ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। କବି ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ଚତୁର୍ଭୁଜ ଜେନା, ସୁଜିତ କୁମାର ମିଶ୍ର, ଶରତ କୁମାର ରାଉତ, ନରହରି ରାଉତ, ମୁରଲୀଧର ବେହେରା, ଅନନ୍ତ ଚରଣ ମୁଦୁଲି, ବନମାଳୀ ଯେନା, ଅକ୍ଷୟ କୁମାର ଜେନା, ଗଣେଶ ପ୍ରସାଦ କରଶର୍ମା, ଭାସ୍କର ଚନ୍ଦ୍ର ପାଢ଼ୀ, ଅଭୟ କୁମାର ସାମଲ, ବିଜୟ କୁମାର ବେହେରା, ଅନ୍ନପୂର୍ଣ୍ଣା ଜେନା ପ୍ରମୁଖ ୫୬ଜଣ କବି, କବୟିତ୍ରୀ ସେମାନଙ୍କ ସ୍ୱରଚିତ କବିତା ମାନ ପାଠ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ