ବ୍ଲକ୍ ଅଧ୍ଯକ୍ଷା ମହନୀୟତା ଆହତ ଛାତ୍ରଙ୍କୁ ଡାକ୍ତରଖାନା ନେଲେ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅଧ୍ଯକ୍ଷାଙ୍କ ମହନୀୟତା ଲକ୍ଷ୍ୟ କରାଯାଇଛି. କାର୍ଯ୍ୟାଳୟକୁ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ଆହତ ଛାତ୍ରଙ୍କୁ ଦେଖି ଗାଡି ଅଟକାଇ ଡାକ୍ତରଖାନାରେ ଭର୍ତ୍ତି କରି ତାର ଆରୋଗ୍ୟ କାମନା କରି ନିଜର ମାନବିକତାର ପରିଚୟ ଦେଇଛନ୍ତି. ଘଟଣାରୁ ପ୍ରକାଶ, ବୁଧବାର ମଧ୍ୟାହ୍ନରେ ସେବକପୁର ପର୍ଶୁରାମ ଡିଗ୍ରୀ କଲେଜ ନିକଟରେ ବାଇକ ଓ କାର ଦୁର୍ଘଟଣା ଘଟିଥିଲା. ବାଇକ୍ ଚାଳକ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଗଣ୍ଡାହାତୀ ଗ୍ରାମର ସାଗର ଗୌଡ (୧୮) ଦୁର୍ଘଟଣାରେ ଆହତ ହୋଇଥିଲେ । ଛାତ୍ର ଜଣକ ଘରୁ କଲେଜ ଆସିବା ସମୟରେ କଲେଜର ପ୍ରବେଶ ପଥ ନିକଟରେ ପଛ ପଟୁ ଆସୁଥିବା କାର୍ ପଛରୁ ଧକ୍କା ଦେଇଥିଲା । ଏନେଇ ଛାତ୍ର ଜଣଙ୍କ ବାଇକ୍‌ରୁ ଛିଟିକି ପଡ଼ିଥିବା ବେଳେ ଆହତ ହୋଇଛନ୍ତି। ସେହି ରାସ୍ତା ଦେଇ ରାୟଗଡ଼ ବ୍ଲକ କାର୍ଯ୍ୟାଳୟକୁ ଆସୁଥିବା ବ୍ଲକ ଅଧ୍ଯକ୍ଷା ପୂର୍ଣ୍ଣବାସୀ ନାୟକ ଆହତ ଛାତ୍ରଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ବସାଇ ରାୟଗଡ଼ ଡାକ୍ତରଖାନାକୁ ନେଇଛନ୍ତି। ବ୍ଲକ ଅଧକ୍ଷା ଏପରି ମହନୀୟତାକୁ ନେଇ ପରିବାର ଲୋକ ଧନ୍ୟବାଦ ଦେବା ସହ ବିଭିନ୍ନ ମହଲରେ ପ୍ରସଂଶା କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ