ହିଞ୍ଜିଳି ବିଧାନସଭା ଆସନ ରଜନୀ ପାଢି କଂଗ୍ରେସ ପ୍ରାର୍ଥୀ
ହିଞ୍ଜିଳିକାଟୁ,(ସୁଧାନିଧି ଚୌଧୁରୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ ସାରା ରାଜ୍ୟ ରେ କଂଗ୍ରେସ ତାର ବିଧାନସଭା ଓ ଲୋକସଭା ପ୍ରାଥୀ ଘୋଷଣା କରିଛି ଏହି କ୍ରମ ରେ ୧୩୧ ନମ୍ବର ହିଞ୍ଜିଳି ବିଧାନସଭା ଆସନ ପାଇଁ ରଜନୀକାନ୍ତ ପାଢି ଙ୍କୁ ଦଳ ତରଫରୁ ପ୍ରାର୍ଥୀ କରାଯାଇଛି । ଯାହାକୁ ନେଇ କିଏ ପାଇବ କଂଗ୍ରସ ଟିକେଟ ତାର ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟିଛି ।ଏହି ଟିକେଟ ରେସ ରେ ରଜନୀକାନ୍ତ ପାଢି ବିଜୟୀ ହୋଇଛନ୍ତି । ଯାହାକୁ ନେଇ ତାଙ୍କର ସମର୍ଥକ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।ତେବେ ରଜନୀକାନ୍ତ ପାଢି ଦୀର୍ଘ ଦିନ ଧରି ହିଞ୍ଜିଳି ଅଞ୍ଚଳ ରେ ଜଣାଶୁଣା ନେତା ଓ ସମାଜସେବୀ ଭାବେ ଵେଶ ଜଣାଶୁଣା ଥିଲେ । ସେ ଗତ ୧୦ ବର୍ଷ ଧରି ବିଜେପି ଦଳ ସହିତ ଜଡିତ ରହିଆସିଛନ୍ତି। ବିଭିନ୍ନ ସମୟରେ ସହସ୍ରାଧିକ କର୍ମୀଙ୍କୁ ନେଇ ବହୁ ଦଳୀୟ କାର୍ଯ୍ୟକ୍ରମର ଆୟୋଜନ କରିବା ସହ ଦଳକୁ ମଜବୁତ କରିବାରେ ସହାୟକ ହୋଇ ଆସିଛନ୍ତି । ଏପରିକି ବିଜେପି ପକ୍ଷରୁ ହିଞ୍ଜିଳି ବିଧାନସଭା ଆସନ ଲାଗି ଦଳୀୟ ଟିକେଟ ହାତେଇବା ଲାଗି ଉଦ୍ୟମ ଜାରି ରଖିଥିଲେ । ବିଜେପି ପକ୍ଷରୁ ଦଳୀୟ ଟିକେଟ ଘୋଷଣା ପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ବାହାର ବ୍ୟକ୍ତିଙ୍କୁ ହିଞ୍ଜିଳି ଆସନରୁ ଲଢିବା ପାଇଁ ସୁଯୋଗ ନଦେବାଲାଗି ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଗତ ୭ ତାରିଖ ମଧ୍ୟରେ ବିଜେପି ଟିକେଟ ହାତେଇଥିବା ଶିଶିର ମିଶ୍ରଙ୍କ ନାମକୁ ବାଦ୍ ଦେବା ପାଇଁ ପ୍ରୟାସ କରିଥିଲେ। ୫ ଶହରୁ ଊର୍ଦ୍ଧ୍ବ ଦଳୀୟ କର୍ମୀ ମାନଙ୍କୁ ନେଇ ହିଞ୍ଜିଳିକାଟୁ ବ୍ଳକ ଖରିବା ସ୍ଥିତ ମା ‘ କରେଇଶୁଣୀ ମନ୍ଦିର ପରିସରରେ ଏକ ବୈଠକର ଆୟୋଜନ କରିବା ସହ ରାଜଧାନୀ ଭୁବନେଶ୍ଵର ଠାରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ନେତୃବୃନ୍ଦଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ବାଧ୍ୟ ହୋଇ ବିଜେପି ଛାଡି ୫ ଶହରୁ ଊର୍ଦ୍ଧ୍ବ ଦଳୀୟ କର୍ମୀ ମାନଙ୍କ ସହ କଂଗ୍ରେସ ଦଳରେ ଯୋଗଦାନ କରିଥିଲେ। ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଷଷ୍ଠ ଥର ଲାଗି ହିଞ୍ଜିଳି ବିଧାନସଭା ଆସନରୁ ପ୍ରାର୍ଥୀ ହୋଇ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ରାଜ୍ୟ ମୁଖ୍ୟମନ୍ତ୍ରୀ ଭାବରେ ବିଜୟ ମୁକୁଟ ପିନ୍ଧିବା ଏକ ପ୍ରକାର ନିଶ୍ଚିତ ବୋଲି ଦଳୀୟ କର୍ମୀଙ୍କ ମହଲରେ ଚର୍ଚ୍ଚା ଜୋର ଧରିଛି। ଅନ୍ୟ ପକ୍ଷରେ ବିଜେପିର ଶିଶିର ମିଶ୍ର ଙ୍କୁପ୍ରାର୍ଥୀ ପ୍ରାର୍ଥୀ ଘୋଷଣା କରିଛି। ବିଜେଡି ଗୋଷ୍ଠୀ କନ୍ଦଳ ଓ ବାହାର ନେତୃତ୍ବ କୁ ନେଇ ସାଧାରଣରେ ଅସନ୍ତୋଷ ପରିଲକ୍ଷିତ ହୋଇ ଵିଜେପି ଭୋଟ ବଢୁଥିବା ବେଳେ କଂଗ୍ରେସ ର ସ୍ଥାନୀୟ ନେତା ରଜନୀକାନ୍ତ ପାଢି ଟିକେଟ ହାତେଇ ଫାଇଦା ଉଠାଇବା ପାଇଁ ଅଙ୍କ କଷୁଥିବା ଜଣାପଡିଛି।ସେ ଦୃଷ୍ଟିରୁ ୨୦୨୪ ସାଧାରଣ ନିର୍ବାଚନରେ ରାଜନୀତି ସରଗରମ ହେଵ ବୋଲି ଚର୍ଚ୍ଚା ଜୋର ଧରିଛି।