ଆସିକା ସହରାଞ୍ଚଳରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ
ଆସିକା (ୱାଇଏନ୍ଏସ୍): ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଗତ ମାସ ୩୦ ତାରିଖ ଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ୧୨୮ ଆସିକା ବିଧାନସଭା ନିର୍ବାଚନ ମଣ୍ଡଳୀ ଅଧୀନସ୍ଥ ଆସିକା ସହରାଞ୍ଚଳର ୧୮ଟି ବୁଥ୍ରେ ବୁଥ୍ସ୍ତରୀୟ ଅଧିକାରୀ ଏବଂ ବୁଥ୍ଲେବେଲ୍ ଏଜେଣ୍ଟ ମାନଙ୍କୁ ନେଇ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଅଚିରିକ୍ତ ନିର୍ବାଚନ ପଞ୍ଜିକରଣ ଅଧିକାରୀ ତଥା ଆସିକା ତହସିଲର ଅତିରିକ୍ତ ତହସିଲଦାଲ ଅମରେଶ୍ ସାବତ ଯୋଗଦେଇ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସାଙ୍ଗକୁ ଏହି ପ୍ରକ୍ରିୟାରେ ଭୋଟରମାନଙ୍କ ନାମ କୌଣସି କାରଣରୁ କଟିଯାଇଛି ସେମାନଙ୍କର ନାମ କିପରି ଆବଶ୍ୟକୀୟ ତଥ୍ୟ ଦାଖଲ ପରେ ପୁଣି ସଂଯୋଗ ହୋଇପାରିବ ତାହାରି ଉପ ଆଲୋକପାତ କରିଥିଲେ । ଆସିକା ସହରାଞ୍ଚଳର ୧୫୯ ଏବଂ ୧୬୦ ନମ୍ବର ବୁଥ୍ରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର ରାଜନୈତିକ ଦଳର ପ୍ରତିନିଧି ରୂପେ ନିରଞ୍ଜନ ମହାନ୍ତି ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ବିଏଲ୍ଓ ସୁୁପଭାଇଜର୍ ରାମନାଥ ପଟ୍ଟନାୟକ, ୧୫୯ ନମ୍ବର ବୁଥ୍ର ବିଏଲ୍ଓ ସ୍ୱପ୍ନାରାଣୀ ବେହେରା ଏବଂ ୧୬୦ ନମ୍ବର ବୁଥ୍ର ବିଏଲ୍ଓ ନିବେଦିତା ପଟ୍ଟନାୟକଙ୍କ ସମେତ ବହୁ ସଚେତନ ନାଗରିକ ଓ ଅଞ୍ଚଳବାସୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


