ଶତାୟୁ ବ୍ୟକ୍ତି ଅଭିମନ୍ୟୁ ନାହାକଙ୍କ ବିୟୋଗରେ ଶୋକ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ବ୍ଳକ ଅଧିନସ୍ଥ ଜୟପୁର ଗ୍ରାମର ଅବସରପ୍ରାପ୍ତ ଉଠା ଜଳସେଚନ ବିଭାଗର କର୍ମଚାରୀ ତଥା ଶତାୟୁ ପରୋପକାରୀ ବ୍ୟକ୍ତି ଅଭିମନ୍ୟୁ ନାହାକ (ବୟସ ପ୍ରାୟ ୧୦୦ ବର୍ଷ)ଙ୍କର ବୟସାଧିକ କାରଣରୁ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ନାହାକ ଅତ୍ୟନ୍ତ ମେଳାପୀ, ମିଷ୍ଟଭାଷୀ, ପରୋପକାରୀ, କର୍ତ୍ତବ୍ୟନିଷ୍ଟ, ସଚ୍ଚୋଟ ତଥା ଅବସରପ୍ରାପ୍ତ ଉଠା ଜଳସେଚନ ବିଭାଗର କର୍ମଚାରୀ ରୂପେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ବ୍ଳକ ଅନ୍ତର୍ଗତ ଜୟପୁର ଗ୍ରାମର ବାସିନ୍ଦା ଅବସରପ୍ରାପ୍ତ ଉଠା ଜଳସେଚନ ବିଭାଗର କର୍ମଚାରୀ ଅଭିମନ୍ୟୁ ନାହାକଙ୍କ ବୟସାଧିକ କାରଣରୁ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ପଢାଳ ଗ୍ରାମର ପବିତ୍ର ଋଷିକୁଲ୍ୟ ନଦୀ ତଟସ୍ଥ ଶଶ୍ମାନରେ ସଂପନ୍ନ ହୋଇଯାଇଛି । ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ଜମ୍ଭୁବତୀ ନାହାକ, ପୁତ୍ର ସନ୍ତୋଷ ନାହାକ, କୁଶ ନାହାକ, ବଂଶୀଧର ନାହାକ, ଦୁଃଖୀଶ୍ୟାମ ନାହାକ, ପୁତ୍ରବଧୁ ରମାଦେବୀ ନାହାକ, ରଶ୍ମିତା ନାହାକ, ଭାଗ୍ୟଲତା ନାହାକ, ଖୁଲଣା ସୁନ୍ଦର ନାହାକ, କନ୍ୟା ସରୋଜିନୀ ବିଶ୍ୱାଳ, ବିନୋଦିନୀ ସ୍ୱାଇଁ, ଟୁନି ସ୍ୱାଇଁ, ଗୀତାଞ୍ଜଳୀ ନାୟକଙ୍କ ସମେତ ପରିବାରବର୍ଗ ଓ ଆତ୍ନୀୟସ୍ୱଜନ ଉପସ୍ଥିତ ଥିଲେ । ଅବସରପ୍ରାପ୍ତ ଉଠା ଜଳସେଚନ ବିଭାଗର କର୍ମଚାରୀ ତଥା ଶତାୟୁ ପରୋପକାରୀ ବ୍ୟକ୍ତି ଅଭିମନ୍ୟୁ ନାହାକଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି। (ଫଟୋ ଯାଇଛି, ଫଟୋ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ