ଜିଲ୍ଲାସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା

କେନ୍ଦ୍ରାପଡ଼ା, (ଚିତ୍ତ ରଞ୍ଜନ ଦାଶ):ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଆନୁକୂଲ୍ୟରେ ତଥା ଜିଲ୍ଲା ଶ୍ରମ ବିଭାଗ ସହଯୋଗରେ ଆଜି ଶିଶୁ ଓ କିଶୋର ଶ୍ରମ(ନିଷେଧ ଓ ନିୟନ୍ତ୍ରଣ)ଆଇନ ୧୯୮୬ ସମ୍ପର୍କିତ ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଓ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ଜିଲ୍ଲାପାଳ ରଘୁରାମ ଆର. ଆୟର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟା ସୁଜାତା ନାୟକ ଓ ମନସ୍ମିତା ଖୁଣ୍ଟିଆ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶ୍ରମ ଅଧିକାରୀ ଅନନ୍ତ ପଦ୍ମନାଭ ମହାମାନସିଂ, ଶିଶୁମଙ୍ଗଳ ସମିତି ଅଧ୍ୟକ୍ଷା ସ୍ୱାଗତିକା ପାତ୍ର,ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ସୁଷମା ମହାନ୍ତି, ଆଇସିୟୁଏଡବ୍ଲୁ ଡିଏସପି ବବିତା ଦଳେଇ ପ୍ରମୁଖ ମଞ୍ଚାସୀନ ଥିଲେ। ଅତିଥି ମାନେ ଶିଶୁ ଶ୍ରମିକ ଚାଲାଣ ରୋକିବା, ୧୪ ବର୍ଷରୁ କମ ଶିଶୁ ମାନଙ୍କୁ ହୋଟେଲ, ଦୋକାନ, ଇଟାଭାଟି ଆଦି ସ୍ଥାନ ମାନଙ୍କରେ ନିୟୋଜିତ ନ କରିବାକୁ ସଚେତନ କରିବା,ସ୍କୁଲ ଛାଡୁ ଥିବା ପିଲା ମାନଙ୍କୁ ଶିକ୍ଷା ପ୍ରଦାନ କରାଯିବା ସହ ୧୪ ବର୍ଷରୁ ଉର୍ଦ୍ଧ ପିଲା ମାନଙ୍କୁ ବୈଷୟିକ ଧନ୍ଦାମୂଳକ ତାଲିମ ପ୍ରଦାନର ବ୍ୟବସ୍ଥା କରିବା ଉପରେ ଗୁରୁତ୍ୱରୋପ କରିଥିଲେ। ଶିଶୁ ଶ୍ରମିକ ମୁକ୍ତ ଓଡିଶା ହେଉଛି ଆମ ସଂକଳ୍ପ। ଶିଶୁ ଆମ ଭବିଷ୍ୟତ, ବିକଶିତ ଓଡିଶା ବିକଶିତ ଭାରତର ସ୍ୱପ୍ନ ସେତେବେଳେ ସାକାର ହେବ ଯେତେବେଳେ ଶିଶୁ ମାନେ ସଶକ୍ତ ଓ ଶିକ୍ଷିତ ହେବେ। ଶିଶୁ ଶ୍ରମିକ ନିରାକରଣ ନିମନ୍ତେ ଗ୍ରାମାଞ୍ଚଳରେ ଅଙ୍ଗନବାଡି, ସ୍ୱୟଂସହାୟକା ଗୋଷ୍ଠୀର ମହିଳା ଓ ସ୍ୱେଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା ସଚେତନତା କାର୍ଯ୍ୟକ୍ରମକୁ ଆଗେଇ ନେବା ଉଚିତ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଦାରିଦ୍ୟ, ଅର୍ଥନୈତିକଦୁର୍ବଳତା, ଶିକ୍ଷାର ଅଭାବ ଯୋଗୁଁ ଓଡ଼ିଶାରେ ଶିଳ୍ପାଞ୍ଚଳ, ହୋଟେଲ, ଦୋକାନ ଓ କାରଖାନାରେ ଶିଶୁ ଶ୍ରମିକ ଭାବେ କାର୍ଯ୍ୟ କରୁଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାରୁ ଶିଶୁ ଶ୍ରମିକ ଚାଲାଣ ବାହାର ରାଜ୍ୟକୁ ହେଉଛି। ଶିଶୁ ଶ୍ରମିକ ମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଆଇନଗତ ସୁବିଧା ସୁଯୋଗ ପ୍ରଦାନ ନିମନ୍ତେ ସମସ୍ତ ବିଭାଗର ସମନ୍ୱୟ ଓ ସହ ଭାଗିତାର ଆବଶ୍ୟକତା ଅଛି ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଟ୍ରେନର ସସ୍ମିତା ଦାସ ପିପିଟି ମାଧ୍ୟମରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଚାଇଲଡ ହେଲ୍ପ ଲାଇନ -୧୦୯୮, ପୋଲିସ ୧୧୨ ଓ ଟୋଲ ଫ୍ରି ନମ୍ବର ୧୮୦୦୩୪୫୪୪୯୪ ରେ ଯୋଗାଯୋଗ କରି ଶିଶୁ ଶ୍ରମିକ ଉଦ୍ଧାର ନିମନ୍ତେ ସମସ୍ତଙ୍କ ସହଯୋଗ କାମନା କରଯାଇଥିଲା। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ବିଜୟ କେତନ ସାହୁଙ୍କ ସଞ୍ଚାଳନାରେ ଏହି କର୍ମଶାଳାରେ ସିଡବ୍ଲୁସି ସଦସ୍ୟ, ସ୍ୱେଛାସେବୀ ସଙ୍ଗଠନ କର୍ମକର୍ତ୍ତା, ଶିଶୁ ସୁରକ୍ଷା ୟୁନିଟର କର୍ମକର୍ତ୍ତା, ଜିଲ୍ଲା ଶ୍ରମ ବିଭାଗର ସମସ୍ତ ଅଧିକାରୀ, ବିଭିନ୍ନ ବ୍ଲକର ସିଡିପିଓ, ବିଭିନ୍ନ ଥାନର ଭାରପ୍ରାପ୍ତ ଅଧିକାରୀ ଓ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ