ପ୍ରଭୁ ଉପହାର ରିଟ୍ରିସ ସେଣ୍ଟର ଠାରେ ରିଲାକ୍ସ ଅଫ୍ ରିଚାର୍ଜ ସମ୍ବନ୍ଧୀୟ ରାଷ୍ଟ୍ରୀୟ ମହାସମ୍ମିଳନୀ ଆୟୋଜିତ
ବ୍ରହ୍ମପୁରଳ, (ଅନିଲ କୁମାର): ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଶାନ୍ତିକୁ ତରଫରୁ ସ୍ଥାନୀୟ ରାମଚନ୍ଦ୍ରପୁରସ୍ଥ ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ଠାରେ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ଅତିରିକ୍ତ ମୁଖ୍ୟ ପ୍ରଶାସିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଜୟନ୍ତୀଙ୍କ ବ୍ରହ୍ମପୁର ଆଗମନ ଉପଲକ୍ଷେ ଚଳିତ ବର୍ଷର ମୁଖ୍ୟ ବିଷୟ ଆଧ୍ୟାତ୍ମିକ ସଶକ୍ତିକରଣ ଦ୍ୱାରା ସ୍ୱଚ୍ଛ ଏବଂ ସୁସ୍ଥ ସମାଜ ଅନ୍ତର୍ଗତ ରିଲାକ୍ସ ଅଫ୍ ରିଚାର୍ଜ ସମ୍ବନ୍ଧୀୟ ଏକ ରାଷ୍ଟ୍ରୀୟ ମହାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ମହାସମ୍ମିଳନୀରେ ଲୋକାୟୁକ୍ତର ଅଧ୍ୟକ୍ଷ ଡା. ଦେବବ୍ରତ ସ୍ୱାଇଁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେ ଯେ ନିରନ୍ତର ଆତ୍ମଚିନ୍ତନ ଦ୍ୱାରା ମାରିବା ଅଥବା ଶରୀର ତ୍ୟାଗ କରିବାର ଭୟ ସମାପ୍ତି ହେବ ଏବଂ ସେତେବେଳେ ଆମେ ନିଜେ ନିଶ୍ଚିନ୍ତ, ସହଜ ଏବଂ ହାଲକା ସ୍ଥିତିର ଅନୁଭବ ସହ ରିଲାକ୍ସ ହୋଇପାରିବା ତଥା ରିଲାକ୍ସ ରହିବା ଦ୍ୱାରା ସକାରାତ୍ମକତାର ଆବିର୍ଭାବ ହେବ ଓ ପରମାତ୍ମାଙ୍କ ସହ ଯୋଗଯୁକ୍ତ ଅବସ୍ଥାରେ ରହିବା ଦ୍ୱାରା ଆମେ ଶାନ୍ତି, ଶକ୍ତି, ପ୍ରେମ, ଆନନ୍ଦ – ଆଦିଦିବ୍ୟ ଗୁଣର ଅଧିକାରୀ ହେବା ସହ ନିଜକୁ ରିଚାର୍ଜ କରିପାରିବା । ସମ୍ମାନନୀୟ ଅତିଥି ରୂପେ ଯୋଗଦେଇ ଆଦିତ୍ୟ ବିରଳା ଗ୍ରୁପ ଅନ୍ତର୍ଗତ ଏକ୍ସବଗ୍ଦସଜ୍ଞ ଉଷରଜ୍ଞସମବକ୍ଷ ଓଦ୍ଭୟଙ୍କଗ୍ଦଗ୍ଧକ୍ସସରଗ୍ଦ ଖଗ୍ଧୟ ର ବିଭାଗୀୟ ମୁଖ୍ୟ ଭ୍ରାତା ଅଜୟ କୁମାର ଗୁପ୍ତା ନିଜ ବକ୍ତବ୍ୟରେ କହିଥିଲେ ଯେ ଜୀବନରେ ତ୍ୟାଗ, ତପସ୍ୟା, ସରଳତା, ସମର୍ପଣ ଭାବ – ଆଦିର ସମାବେଶ ଦ୍ୱାରା ଆମେ ଏକ ଶାନ୍ତ, ସୁନ୍ଦର, ସ୍ୱଚ୍ଛ ଏବଂ ସୁସ୍ଥ ସମାଜର ନିର୍ମାଣ କରିପାରିବା । ସିନେମା ତଥା ସିରିଅଲ ଜଗତର ପ୍ରଖ୍ୟାତ ଅଭିନେତ୍ରୀ ଭଗିନୀ ଅଞ୍ଜନା ଦାଶ ଅନ୍ୟତମ ଅତିଥି ରୂପେ ଯୋଗଦେଇ ନିଜ ଅନୁଭବ ର୍ପୂ ବକ୍ତବ୍ୟରେ କହିଥିଲେ ଯେ, ବର୍ତ୍ତମାନ ସମୟର ବ୍ୟସ୍ତବହୁଳ ଜୀବନଯାପନ ସତ୍ତ୍ୱେ ଆମେ ନିଜ ପାଇଁ କିଛି ସମୟ ଦେଇ ପରମାତ୍ମାଙ୍କ ସହ ସମର୍ପଣ ଭାବ ଦ୍ୱାରା ଜୀବନର ସର୍ବଶ୍ୟେଷ୍ଠ ଲକ୍ଷ୍ୟକୁ ପ୍ରାପ୍ତ କରିପାରିବା । ବ୍ରହ୍ମାକୁମାରୀସ୍ ସଂସ୍ଥାର ଅତିରିକ୍ତ ମୁଖ୍ୟପ୍ରଶାସିକା ରାଜଯୋଗିନୀ ବ୍ରହ୍ମାକୁମାରୀ ଜୟନ୍ତୀ ମୁଖ୍ୟବକ୍ତା ରୂପେ ଯୋଗଦେଇ ମହାସମ୍ମିଳନୀର ଉଶ୍ୟେ ସ୍ପଷ୍ଟ କରିବା ପୂର୍ବକ \”ରିଲାକ୍ସ ଆ ରିଚାର୍ଜ\’ ସମ୍ପର୍କରେ ଆଲୋଚନା କରି କହିଥିଲେ ଯେ ରାଜଯୋଗର ଅଭ୍ୟାସ ଦ୍ୱାରା ଆମେ ନିଜକୁ ରିଚାର୍ଜ ଅର୍ଥାତ୍ ଶକ୍ତିଶାକ୍ତି କରି ସ୍ୱପରିବର୍ତ୍ତନ ଦ୍ୱାରା ବିଶ୍ୱ ପରିବର୍ତ୍ତନ କାର୍ଯ୍ୟରେ ପରମାତ୍ମାଙ୍କ ସହଯୋଗୀ ହୋଇପାରିବା । ବ୍ରହ୍ମାକୁମାରୀସ୍ ବ୍ରହ୍ମପୁର ସବ୍ଜୋନ ମୁଖ୍ୟ ସଞ୍ଚାଳିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମଞ୍ଜୁ ନିଜ ଆଶୀର୍ବଚନରେ କହିଥିଲେ ଯେ ଜୀବନ ରୂପୀ ପ୍ରୟୋଶାଳାରେ ଆମେ ନିଜ ସହ ଅନ୍ୟମାନଙ୍କ ଜୀବନରେ ଏକ ପରିବର୍ତ୍ତନ ଆଣିବା ସକାଶେ ପରମାତ୍ମାଙ୍କ ଶ୍ରୀମତି ଆଧାରରେ ନିଜକୁ ପରିଚାଳିତ କରିବାକୁ ହେବ । ପ୍ରଭୁ ଉପହାର ରିଟ୍ରିଟ ସେଣ୍ଟର ର୍ନିେଶିକା ରାଜଯୋଗିନୀ ବ୍ରହ୍ମାକୁମାରୀ ମାଳା ସମ୍ମିଳନୀର ସଂକ୍ଷିପ୍ତ ପରିଚୟ ଦେବା ସହ ମଞ୍ଚ ପରିଚାଳନା କରିଥିବା ବେଳେ ବି.ଏସ୍.ଏନ୍.ଏଲ୍ର ଡି.ଜି.ଏମ୍ ଭଗିନୀ ଗୀତା ଧନ୍ୟବାଦ ଅର୍ପଣ କରିଥିଲେ । ଭଗିନୀ ତଳିକା, ପ୍ରିୟାଂଶୀ ଏବଂ ଜ୍ୟୋତି ଆଧ୍ୟାତ୍ମିକ ନୃତ୍ୟ ପରିବେଷଣ କରିଥିଲେ ।