ନବୀନ ପଟ୍ଟନାୟକ ମୋର ସୁପର ହିରୋ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ବିଜୁ ପଟ୍ଟନାୟକ, ନବୀନ ପଟ୍ଟନାୟକ ଏବଂ ଭି କେ ପାଣ୍ଡିଆନ ମୋର ନେତା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋର ସୁପର ହିରୋ, କିନ୍ତୁ ବ୍ରହ୍ମପୁର ଲୋକ ସଭା ଭାରତୀୟ ଜନତା ପାର୍ଟି ର ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ବିଜେଡି ରେ ଥିବା ବେଳେ ତାଙ୍କୁ ରାଜନୈତିକ ସ୍ତର ରେ ହଇରାଣ କରିଥିବା ନେଇ ରବିବାର ଛତ୍ରପୁରରେ ଆୟୋଜିତ ଏକ ସାମ୍ବାଦିକ ସମିଳନୀ ରେ ସୂଚନା ଦେଇଛନ୍ତି କଳିଙ୍ଗ ବିଜୁ ନବୀନ ଜନତାଦଳ ର ଗୋପାଳପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରାର୍ଥୀ ଉମା ଚରଣ ନାୟକ l ସ୍ଥାନୀୟ ପ୍ରେସକ୍ଳବ ରେ ଆୟୋଜିତ ସାମ୍ବାଦିକ ସମିଳନୀ ରେ ସେ ପୂର୍ବରୁ ଜନତାପାର୍ଟି ଠାରୁ ବର୍ତ୍ତମାନ ବିଜୁଜନତାଦଳ ରେ ରହି ଆସିଛି, ଦୀର୍ଘ ୩୯ ବର୍ଷ ଧରି ମୁଁ ରାଜନୀତି କରିବା ସହ ମୋ ଧର୍ମପତ୍ନୀ ମଧ୍ୟ ରାଜନୀତି କରିଆସିଛନ୍ତି, ବିଭିନ୍ନ ପଦ ପଦବୀ ରେ ମଧ୍ୟ ରହିଥିଲୁ, ଦଳର ଶୀର୍ଷ ନେତୃତ୍ୱ ଙ୍କ ସହ ମୋର ସମ୍ପର୍କ ରହିଥିବା ବେଳେ ସ୍ଥାନୀୟ ନୂଆ ନୂଆ ବିଜେଡି ନେତା ମାନଙ୍କ ଅଣଦେଖା ସ୍ୱାଭିମାନ ପ୍ରତି ଆଞ୍ଚ ଆସିଥିବାରୁ ବିଜୁ ପଟ୍ଟନାୟକ, ନବୀନ ପଟ୍ଟନାୟକ ନାଁ ରେ କଳିଙ୍ଗ ବିଜୁ ନବୀନ ଜନତା ଦଳ ଗଠନ କରିଛି l ଗତ ଶନିବାର ଦିନ ସେ କଳିଙ୍ଗ ବିଜୁ ଜନତା ଦଳ ର ଗୋପାଳପୁର ନିର୍ବାଚନ ମଣ୍ଡଳୀ ର ବିଧାୟକ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଛି l ଏହି ଦଳ ଗଠନ ନେଇ ନିର୍ବାଚନ କମିଶନର ଙ୍କ ନିକଟରେ ଆବେଦନ କରିଥିବା କହିଥିଲେ l ଆସନ୍ତା ୨୬ ତାରିଖ ପୂର୍ବରୁ ନିର୍ବାଚନ କମିଶନ ମୋର ଦଳ ପାଇଁ ଚିହ୍ନ ପ୍ରଦାନ କରିବେ l ନଚେତ ସ୍ୱାଧୀନ ପ୍ରାର୍ଥୀ ରେ ପ୍ରତିଦ୍ବନ୍ଦିତା କରିବି ବୋଲି ସ୍ୱଷ୍ଟ କରିଛନ୍ତି ଉମା l ଏହା ସହିତ ବିଜେଡି ରୁ ତଡା ଖାଇଥିବା ଜନବିରୋଧୀ ନେତା ତଥା ପ୍ରଦୀପ ପାଣିଗ୍ରାହୀ ଙ୍କ ବିରୁଦ୍ଧରେ ପ୍ରଚାର କରିବି,ବିଜୁ ଜନତା ଦଳର ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଙ୍କୁ ଶଙ୍ଖ ଚିହ୍ନ ରେ ଭୋଟ ଦେବା ପାଇଁ ଲୋକଙ୍କୁ କହିବି ଏବଂ ତାଙ୍କୁ ଯେଉଁ ଚିହ୍ନ ମିଳିବ ସେହି ଚିହ୍ନ ରେ ଭୋଟ ଦେବା ପାଇଁ ନିବେଦନ କରିବି ବୋଲି ସେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି l ଭି କେ ପାଣ୍ଡିଆନ ଙ୍କ ଯୋଗୁଁ ସେ ବହୁତ ଉନ୍ନୟନ କାର୍ଯ୍ୟ କରିଥିବା ମଧ୍ୟ କହିଛନ୍ତି ଉମା ଚରଣ ନାୟକ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ