ବାଇକ ଶୋଭାଯାତ୍ରା ରେ ବିଜେପି ଓ ବିଜେଡି ଦଳର ଶକ୍ତି ପ୍ରଦର୍ଶନ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ନିର୍ବାଚନ ମଣ୍ଡଳୀରେ ୨୬ ତାରିଖ ଅପରାହ୍ନରେ ଦେଖିବାକୁ ମିଳିଛି ଉଭୟ ଭାଜପା ଓ ବିଜେଡି ର ବାଇକ ଶୋଭାଯାତ୍ରା । ଭାରତୀୟ ଜନତା ପାର୍ଟି ର ବିଧାନସଭା ପ୍ରାର୍ଥୀ ପ୍ରଦ୍ୟୁମ୍ନ ନାୟକ ଟିକେଟ ଧରି ଆସୁଥିବା ବେଳେ ତାଙ୍କ ର ହଜାର ହଜାର ସମର୍ଥକ କରସିଙ୍ଗ ଛକ ଠାରୁ ଅପରାହ୍ନ ତିନି ଟାରେ ସ୍ୱାଗତ କରି ଏକ ବିଶାଳ ବାଇକ ଶୋଭାଯାତ୍ରା ରେ ଜଗନ୍ନାଥପ୍ରସାଦ , ବେଲଗୁଣ୍ଠା, ଭଞ୍ଜନଗର ଦେଇ କୁଲାଡ଼ ଠାରେ ପଂହଁଚିଥିଲା । ସେଠାରେ ଏକ ସାଧାରଣ ସଭା ରେ ଯୋଗ ଦେଇ ଭାରତୀୟ ଜନତା ପାର୍ଟି କୁ ଭୋଟ ଦେବା ପାଇଁ ଅନୁରୋଧ କରି ଥିଲେ | ଏଥିରେ ଭାଜପା ର କନ୍ଧମାଳ ଲୋକସଭା ପ୍ରାର୍ଥୀ ସୁକାନ୍ତ ପାଣିଗ୍ରାହୀ ମଧ୍ୟ ଉପସ୍ଥିତ ଥିଲେ । ସେହିପରି ବିଜେପିର ଠିକ ଏକ ଘଂଟା ଅନ୍ତରରେ ସମାନ ସ୍ଥାନରୁ ସମାନ ଦିଗରେ ବିଜୁଜନତା ଦଳ ପକ୍ଷରୁ ବିଧାୟକ ପ୍ରାଥି ବିକ୍ରମକେଶରୀ ଆରୁଖଙ୍କ ମଧ୍ୟ ଏକ ବାଇକ ଶୋଭାଯାତ୍ରା ବାହାରିଥିଲା ସେ ମଧ୍ୟ ନିଜ ଟିକେଟ ଗ୍ରହଣ କରି ଶ୍ରୀକ୍ଷେତ୍ର ରେ ଜଗନ୍ନାଥଙ୍କୁ ଦର୍ଶନ କରି ଆଶୀର୍ବାଦ ନେଇ ଫେରିଛନ୍ତି । ଫଳ ଭଲ ହେବ ବୋଲି ଆଶାବାଦୀ ରହିଛନ୍ତି । ଉଭୟ ଦଳର କର୍ମୀ ମାନେ ବିଭିନ୍ନ ସ୍ଥାନରେ ମୁଁହାମୁହିଁ ହେଉଥିବାର ପରିସ୍ଥିତି ଦେଖିବାକୁ ମିଳିଥିଲା । ଜୟଶ୍ରୀ ରାମ ଓ ବିରୋଧୀଙ୍କ ଜୟ ଜଗନ୍ନାଥ ସ୍ୱରରେ ଗଗନ ପବନ ପ୍ରକମ୍ପିତ ହେଉଥିଲା । କେଉଁଠି ମଧ୍ୟ ଯେପରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ ସେଥିପ୍ରତି ପୁଲିସ କଡା ନଜର ରଖିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ