ସାନଖେମୁଣ୍ଡି ବିଧାନ ସଭା ଆସନ ନିମନ୍ତେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିଧାୟକ ପ୍ରାର୍ଥୀ ଭାବେ ଇଂ ଉତ୍ତମ ପାଣ୍‌ିଗ୍ରାହୀ ଙ୍କ ନାମାଙ୍କନ ପତ୍ର ଦାଖଲ

ଛତ୍ରପୁର, (ଯୁଗାବ୍ଦ ନ୍ୟୁଜ):ଗଂଜାମ ଜିଲ୍ଲାର ବହୁ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ ସାନଖେମୁଣ୍ଡି ବିଧାନ ସଭା ଆସନ ନିମନ୍ତେ ସୋମବାର ଭାରତୀୟ ଜନତା ପାର୍ଟିର୍ ପକ୍ଷରୁ ଇଂ ଉତ୍ତମ କୁମାର ପାଣିଗ୍ରାହୀ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ହଜାର ହଜାର ସମର୍ଥକ ମାନଙ୍କ ସହ ସେ ଛତ୍ରପୁର କୁ ଆସି ବିଶାଳ ଶୋଭାଯାତ୍ରାରେ ଗଂଜାମ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ । ସେଠାରେ ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ଦେବବ୍ରତସାହୁଙ୍କ ନିକଟରେ ନିଜ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିର୍ବାଚନ ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ଏବଂ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ନିମନ୍ତେ କାର୍ଯ୍ୟ କରିବି ବୋଲି ସେ ନିଜ ପ୍ରତିକ୍ରିୟାରେ କହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ