ସୁଶ୍ରୀ ଶିବାନୀ ପାଢୀଙ୍କୁ ଶ୍ରୀକ୍ଷେତ୍ର ସେବା ସମ୍ମାନ

ବ୍ରହ୍ମପୁର, (ଅନିଲ କୁମାର):ପୁରୀର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ପତିତପାବନ ସେବା ସଂଘର ୧୦ବର୍ଷ ପୂର୍ତ୍ତି ଉପଲକ୍ଷେ ସ୍ଥାନୀୟ ଟାଉନ ହଲଠାରେ ରାଜ୍ୟସ୍ତରୀୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବ୍ରହ୍ମପୁର ନିବାସୀ ସୁଶ୍ରୀ ଶିବାନୀ ପାଢୀଙ୍କୁ “ଶ୍ରୀକ୍ଷେତ୍ର ସେବା ସମ୍ମାନ” ରେ ସମ୍ମାନିତ କରାଯାଇଛି। ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବରେ ମୁଖ୍ୟ ଅତିଥି ରୂପେ ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ, ସମ୍ମାନିତ ଅତିଥି ତଥା ମୁଖ୍ୟ ବକ୍ତା ଭାବେ ସକ୍ଷମ ଭାରତ ରାଜ୍ୟ ସଭାପତି ସରୋଜ କୁମାର ସାହୁ, ଚାରଣ ଗୋଷ୍ଠୀ ସଭାପତି ଡକ୍ଟର ଶରତ ଚନ୍ଦ୍ର ପାତ୍ର, ଚାରଣ ଗୋଷ୍ଠୀ ସହ ସମ୍ପାଦକ ଡକ୍ଟର ଶୁଭେନ୍ଦୁ ସ୍ୱାଇଁ, ଡିଅର ଲାଇଫ ଏମଡି ପ୍ରମୋଦ ରାଉଳ ଏବଂ ବିଶିଷ୍ଟ ସମାଜସେବୀ ଲଳିତ ରାୟ ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ଉକ୍ତ ସଂଘର ପ୍ରତିଷ୍ଠାତା ଗୋପବନ୍ଧୁ ଆଚାର୍ଯ୍ୟଙ୍କ ତତ୍ତ୍ୱାବଧାନରେ ବହୁ ସ୍ବେଛାସେବୀ ଅନୁଷ୍ଠାନ ଓ ଉତ୍ସର୍ଗ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ସୁଶ୍ରୀ ଶିବାନୀ ପାଢୀ ନିଜର ପାଠପଢ଼ା ସହ ସମାଜସେବା କ୍ଷେତ୍ରରେ ନିଜକୁ ନିୟୋଜିତ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥଙ୍କ ଭଜନକୁ ନେଇ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ସେଥିପାଇଁ ପତିତପାବନ ସେବା ସଂଘ ପକ୍ଷରୁ ଜଗନ୍ନାଥଙ୍କ ନେତ,ଫଳକ ଓ ଶ୍ରୀ ଜଗନ୍ନାଥଙ୍କ ଫଟୋ ଦେଇ ଶ୍ରୀକ୍ଷେତ୍ର ସେବା ସମ୍ମାନରେ ତାଙ୍କୁ ସମ୍ମାନିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ